Categories: ଜାତୀୟ

ଆମେଠିରେ ତିଆରି ହେବ ଏକେ-୨୦୩ ଅସ୍ଲଟ ରାଇଫଲ

ନୂଆଦିଲ୍ଲୀ,୨୩ ।୧୧: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସ ୫ ତାରିଖରେ ଭାରତ ଯାତ୍ରାରେ ଆସୁଛନ୍ତି । ପୁଟିନଙ୍କ ଏହି ଯାତ୍ରା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକେ ୨୦୩ ଅସଲ୍ଟ ରାଇଫଲର ୫୦୦୦ କୋଟି ଡିଲକୁ ନେଇ ପ୍ରସ୍ତୁତିରେ ଲାଗିପଡିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ପୁଟିନଙ୍କ ଗସ୍ତ ପୂର୍ବରୁ ଏକ ବଡ ବୈଠକର ଆୟୋଜନ କରିବେ । କୁହାଯାଉଛି କି ପୁଟିନଙ୍କ ଯାତ୍ରା ସମୟରେ ଏହି ଡିଲ ଉପରେ ହସ୍ତାକ୍ଷର କରି ଦେଇପାରନ୍ତି । ସମାଚାର ଏଜେନ୍ସି ଏଏନ୍‌ଆଇର ସୂଚନା ଅନୁଯାୟୀ, ମଙ୍ଗଳବାର ସ୍ପେଶାଲ ଡିଫେନ୍ସ ଏକଜିବିଶନ କାଉନସିଲ ସିଟିଂରେଏହି ଡିଲକୁ ନେଇ ଚର୍ଚ୍ଚା ହୋଇପାରେ ।

Share