ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ ପୁଟିନ କହିଛନ୍ତି ଯେ ପାଶ୍ଚ୍ୟାତ୍ୟ ଦେଶଗୁଡ଼ିକ ଉପରେ ନିର୍ଭର ଯେ ସେମାନେ ରୁଷିଆ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ଅବା ରୁଷିଆ ବିକାଶରେ ବାଧା ସୃଷ୍ଟି କରି ଆମ କ୍ରୋଧର ଶିକାର ହେବାକୁ ଚାହୁଁଛନ୍ତି। ଯଦି ଆମ ଉପରେ ଚାପ ପକାଇବା ଜାରି ରଖାଯାଏ ତେବେ ବିନାଶ ପାଇଁ ପ୍ରସ୍ତୁତ ରୁହ ବୋଲି ପୁଟିନ ପରୋକ୍ଷରେ ନାଟୋକୁ ଚେତାବନୀ ଦେଇଛନ୍ତି।

ପୁଟିନଙ୍କ ଏଭଳି ସମ୍ବୋଧନ ସେ ୫ମ କାର୍ଯ୍ୟକାଳ ପାଇଁ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବାର ତୁରନ୍ତ ପରେ ଆସିଛି। କ୍ରେମଲିନ୍‌ ଗ୍ରାଣ୍ଡ ପ୍ୟାଲେସ୍‌ରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଇଥିଲା। ଏଥିରେ ସଂସଦ ଏବଂ ସାମ୍ବିଧାନିକ କୋର୍ଟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share