ରୁଷିଆର ପୂର୍ବତନ ଜେନେରାଲ ଓ ତାଙ୍କ ସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁ, ପୁଟିନଙ୍କୁ କରିଥିଲେ ସମାଲୋଚନା

ମସ୍କୋ,୧୭।୧୧: ରୁଷିଆ-ୟୁକ୍ରେନ ସଂଘର୍ଷ ଦିନକୁ ଦିନ ତେଜୁଥିବାବେଳ ରୁଷିଆରେ ଲୋକଙ୍କ ରହସ୍ୟ ଜନକ ମୃତ୍ୟୁ ଏବେ ସାରା ବିଶ୍ୱକୁ ତାଜୁବ କରିଛି। ନିକଟରେ ଓ୍ବାଗନର ମୁଖ୍ୟ ୟେଭେଗିନ ପ୍ରିଗୋଝିନଙ୍କ ମୃତ୍ୟୁ ରହସ୍ୟ ଫିଟି ନ ଥିବାବେଳେ ରୁଷିଆର ଜଣେ ପୂର୍ବତନ ଜେନେରାଲ ଭ୍ଲାଦିମିର ସ୍ବିରିଡୋଭ ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ବେଡରୁମରୁ ମିଳିଛି। ପୁଟିନଙ୍କୁ ସମାଲୋଚନ କରିବାର କିଛିଦିନ ପରେ ଦୁହେଁ ନିଖୋଜ ଥିଲେ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବିରିଡୋର ଏୟାର ଫୋର୍ସ ସମ୍ପର୍କରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନ କରିଥିଲେ। ସମାଲୋଚନ କରିବାର କିଛିଦିନ ଜେନେରାଲ ନିଖୋଜ ରହିବା ପରେ ସ୍ବାମୀସ୍ତ୍ରୀଙ୍କ ମୃତଦେହ ତାଙ୍କ ଗାଁ ଏଡଜିଏସ୍କିରେ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ରୁଷିଆର ପୂର୍ବତନ ସେନା ଜେନେରାଲ ଭ୍ଲାଦିମିର ସ୍ବିରିଡୋଭ ୨୦୦୭ରେ ଏୟାରଫୋର୍ସ ଟ୍ରେନିଂ ନେଇ ଚିନ୍ତା ପ୍ରକାଶ କରି ପୁଟିନଙ୍କୁ ସମାଲୋଚନା କରିଥିଲେ।

Share