ହାନୋଇ,୨।୩: ଭୋ ଭାନ୍ ଥୋଙ୍ଗ୍ ଗୁରୁବାର ଭିଏତନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଭିଏତନାମ (ସିପିଭି)ର ପୋଲିଟବ୍ୟୁରୋ ସଦସ୍ୟ ଥୋଙ୍ଗ୍ଙ୍କୁ ରାଷ୍ଟ୍ରପତି ପଦ ପାଇଁ ୯୮.୩୮% ଭୋଟ ମିଳିଥିଲା। ରାଷ୍ଟ୍ରପତି ଏବଂ ସୋସିଆଲିଷ୍ଟ ରିପବ୍ଲିକ୍ ଅଫ୍ ଭିଏତନାମର ଲୋକମାନଙ୍କ ପାଇଁ କର୍ତ୍ତବ୍ୟନିଷ୍ଟ ହୋଇ କାର୍ଯ୍ୟ କରିବେ ବୋଲି ଥୋଙ୍ଗ ଶପଥ ଗ୍ରହଣ ବେଳେ କହିଛନ୍ତି। ୨୦୨୬ ପର୍ଯ୍ୟନ୍ତ ଥୋଙ୍ଗ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ। ୧୯୭୦ ଡିସେମ୍ବରରେ ଜନ୍ମଗ୍ରହଣ କରିଥିବା ଥୋଙ୍ଗ ସିପିଭିରେ ସବୁଠାରୁ କମ୍ ବୟସର ପଲିଟିବ୍ୟୁରୋ।