ଦାରିଙ୍ଗବାଡିରେ ଷ୍ଟ୍ରବେରୀ ଚାଷ ସମ୍ପର୍କିତ ଶିକ୍ଷା ହାସଲ କଲେ ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର ଚାଷ ସମ୍ପର୍କିତ ଶିକ୍ଷା ପ୍ରାପ୍ତ ପାଇଁ ଷ୍ଟ୍ରବେରୀ ଚାଷ ହୋଇଥିବା ଜମି ବୁଲି ଦେଖିଛନ୍ତି । ଦାରିଙ୍ଗବାଡି ବସ୍‌ଷ୍ଟାଣ୍ଡ ନିକଟରେ ଏହି ଚାଷ ବ୍ୟକ୍ତିଗତ ଭାବେ ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଚାଷୀ ଜୈବିକ ପଦ୍ଧତିରେ ଚାଷ କରୁଥିବା ବେଳେ ତାଙ୍କ ସଫଳତାକୁ ନେଇ ସାରା ଜିଲାରେ ଚର୍ଚ୍ଚା ହେଉଛି। ଉକ୍ତ ଷ୍ଟ୍ରବେରୀ ଚାଷ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ଭିଡ଼ ଜମୁଛି। ଏହି କ୍ରମରେ ଛାତ୍ରୀଛାତ୍ରମାନେ ମଧ୍ୟ ଉକ୍ତ ଷ୍ଟ୍ରବେରୀ ଚାଷଜମି ପରିଦର୍ଶନ କରିଛନ୍ତି ।
ସେମାନଙ୍କ ସହ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର ତାଲିମ ଦେଉଥିବା ହରପ୍ରିୟା ବେହେରା ଯାଇଥିଲେ। ସେଠାରେ ବେହେର ତାଲିମ ପ୍ରଦାନ କରିବା ସହ ଏହି ଚାଷ କେଉଁ ମାସରେ ହୁଏ ଓ ଏହାର ପଦ୍ଧତି ସମ୍ପର୍କରେ ଚାଷୀଙ୍କ ଠାରୁ ପଚାରି ବୁଝିଥିଲେ। ଷ୍ଟ୍ରବେରୀ କ୍ଷେତ୍ର ପରିଦର୍ଶନ ବେଳେ କୃଷିର ଧନ୍ଦାମୂଳକ ଛାତ୍ରୀଛାତ୍ରମାନେ ଡ୍ରପ ଜଳସେଚନ ଏବଂ ପମ୍ପ, ଫିଲ୍ଟର୍‌ର ବ୍ୟବହାର ଏବଂ ରାକ୍ଷଣବେକ୍ଷଣ ସମ୍ପର୍କରେ ଜାଣିଥିଲେ। ସେହିପରି ଜୈବିକ ସାର ପ୍ରୟୋଗ ଓ କୀଟ ପରିଚାଳନା ସମ୍ପର୍କରେ ଶିକ୍ଷପ୍ରାପ୍ତ କରିଛନ୍ତି। ମାଲିକଙ୍କ ଠାରୁ ଷ୍ଟ୍ରବେରୀର ଅମଳ ଏବଂ ମାର୍କେଟିଂ ସମ୍ପର୍କରେ ନୂତନ ଧାରଣା ପ୍ରାପ୍ତ କରିଥିଲେ। ଭବିଷ୍ୟତରେ ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ସରକାରଙ୍କ କ’ଣ ସବୁ ଯୋଜନା ରହିଛି ଏହା କିଭଳି ସମ୍ଭବ ହୋଇପାରିବ ସେନେଇ ଶିକ୍ଷପ୍ରାପ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ କେଜି ଗଞ୍ଜେଇ, ଲକ୍ଷ୍ୟଧିକ ଆତ୍ମସାତ: ଏସଆଇ ନିଳମ୍ବିତ, ୨ ଏଏସଆଇ, ୨ କନଷ୍ଟେବଳ ବଦଳି

ଖୋର୍ଦ୍ଧା,୨୬।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲାରେ ଗଠେଇ ଚୋରା ମଦ, ଧଳା ଜହର କାରବାର ବଢିବାରେ ଲାଗିଛି। ଜିଲାର ବୋଲଗଡ ଓ ବେଗୁନିଆ ବ୍ଲକରେ ନିଶା...

୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼,୨୬।୧୧: ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ...

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ : ଫଟୋ ଭାଇରାଲ କରି ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ସବୁବେଳେ ପିଛା କରି ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ...

ସ୍ତ୍ରୀଙ୍କୁ ପ୍ରତାରଣା କରି ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ସ୍ଵାମୀଙ୍କ ନାଁ ରେ ଏତଲା

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କୁ ତାଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି...

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ: ଗତ ପାଞ୍ଚ ବର୍ଷରେ ନେଲେଣି ୨୨ ଜୀବନ

ଭୁବନେଶ୍ୱର,୨୬।୧୧: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାମାନଙ୍କରେ କୁମ୍ଭୀର ଆକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିରେ ବିନା କାରଣରେ ସାଧାରଣ ଲୋକେ ଜୀବନ ହାଉଥିବା...

ହଜିଲା ମାନବିକତା: ଡିଜେ ପାଇଁ ଅଟକିଲା ଆମ୍ଭୁଲାନ୍ସ, ଗୋଟିଏ ନୁହେଁ ଏକାବେଳକେ …

ବାରଙ୍ଗ,୨୬।୧୧(ଲିଙ୍ଗରାଜ ରାଉତ): ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେସ୍ବର ଭସାଣି ସୋମବାର ରାତିରେ ହୋଇଥିଲା। ତେବେ ଡିଜେର ତାଳେତାଳେ ସମସ୍ତେ ନାଚୁ ଥିବା ବେଳେ ଦେଖାଯାଇଥିଲା ଟ୍ରାଫିକ୍‌ ସମସ୍ୟା।...

ଏନଏସି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୯ ଜଣ କାଉନସିଲର

ଜି.ଉଦୟଗିରି,୨୬।୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ...

ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ପ୍ରତି ପରିବାରକୁ ମିଳିଲା…

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗରିବୀ ସୀମାରେଖା ତଳେ ଥିବା ପରିବାର ଲୋକଙ୍କୁ ଜୀବନଜୀବିକା ସ୍ବାବଲମ୍ବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri