ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର ଚାଷ ସମ୍ପର୍କିତ ଶିକ୍ଷା ପ୍ରାପ୍ତ ପାଇଁ ଷ୍ଟ୍ରବେରୀ ଚାଷ ହୋଇଥିବା ଜମି ବୁଲି ଦେଖିଛନ୍ତି । ଦାରିଙ୍ଗବାଡି ବସ୍ଷ୍ଟାଣ୍ଡ ନିକଟରେ ଏହି ଚାଷ ବ୍ୟକ୍ତିଗତ ଭାବେ ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଚାଷୀ ଜୈବିକ ପଦ୍ଧତିରେ ଚାଷ କରୁଥିବା ବେଳେ ତାଙ୍କ ସଫଳତାକୁ ନେଇ ସାରା ଜିଲାରେ ଚର୍ଚ୍ଚା ହେଉଛି। ଉକ୍ତ ଷ୍ଟ୍ରବେରୀ ଚାଷ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ଭିଡ଼ ଜମୁଛି। ଏହି କ୍ରମରେ ଛାତ୍ରୀଛାତ୍ରମାନେ ମଧ୍ୟ ଉକ୍ତ ଷ୍ଟ୍ରବେରୀ ଚାଷଜମି ପରିଦର୍ଶନ କରିଛନ୍ତି ।
ସେମାନଙ୍କ ସହ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର ତାଲିମ ଦେଉଥିବା ହରପ୍ରିୟା ବେହେରା ଯାଇଥିଲେ। ସେଠାରେ ବେହେର ତାଲିମ ପ୍ରଦାନ କରିବା ସହ ଏହି ଚାଷ କେଉଁ ମାସରେ ହୁଏ ଓ ଏହାର ପଦ୍ଧତି ସମ୍ପର୍କରେ ଚାଷୀଙ୍କ ଠାରୁ ପଚାରି ବୁଝିଥିଲେ। ଷ୍ଟ୍ରବେରୀ କ୍ଷେତ୍ର ପରିଦର୍ଶନ ବେଳେ କୃଷିର ଧନ୍ଦାମୂଳକ ଛାତ୍ରୀଛାତ୍ରମାନେ ଡ୍ରପ ଜଳସେଚନ ଏବଂ ପମ୍ପ, ଫିଲ୍ଟର୍ର ବ୍ୟବହାର ଏବଂ ରାକ୍ଷଣବେକ୍ଷଣ ସମ୍ପର୍କରେ ଜାଣିଥିଲେ। ସେହିପରି ଜୈବିକ ସାର ପ୍ରୟୋଗ ଓ କୀଟ ପରିଚାଳନା ସମ୍ପର୍କରେ ଶିକ୍ଷପ୍ରାପ୍ତ କରିଛନ୍ତି। ମାଲିକଙ୍କ ଠାରୁ ଷ୍ଟ୍ରବେରୀର ଅମଳ ଏବଂ ମାର୍କେଟିଂ ସମ୍ପର୍କରେ ନୂତନ ଧାରଣା ପ୍ରାପ୍ତ କରିଥିଲେ। ଭବିଷ୍ୟତରେ ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ସରକାରଙ୍କ କ’ଣ ସବୁ ଯୋଜନା ରହିଛି ଏହା କିଭଳି ସମ୍ଭବ ହୋଇପାରିବ ସେନେଇ ଶିକ୍ଷପ୍ରାପ୍ତ କରିଥିଲେ।