ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆବଶ୍ୟକ

ଖଣ୍ଡପଡ଼ା,୨୨ା୬(ଅଜୟ କୁମାର ମହାରଣା)ନୟାଗଡ଼ ଜିଲା ନୀଳମାଧବ ମହାବିଦ୍ୟାଳୟରେ ଗତ ୧୯୯୧-୯୨ ଶିକ୍ଷା ବର୍ଷଠାରୁ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ା ତେବେ ବିଗତ ୩ବର୍ଷ ପୂର୍ବରୁ ବହୁ ଛାତ୍ରୀଛାତ୍ର ଏହି ବିଭାଗରେ ଆଡମିଶନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସଂପୃକ୍ତ ଶ୍ରେଣୀରେ କିପରି ନାମଲେଖା ହୋଇପାରିବ ସେ ସମ୍ପର୍କରେ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ଗତ୨ବର୍ଷ ହେଲା ଅନେକ ଛାତ୍ରୀଛାତ୍ର ଏଥିରେ ନାମ ଲେଖାଇବାରୁ ବଞ୍ଚତ୍ତ ହେଉଥିବା ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧ୍ୟାପିକା କଲ୍ୟାଣୀ ପଣ୍ଡା ପ୍ରକାଶ କରିଥିଲେ ା ତେବେ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ କିପରି ଧନ୍ଦା ମୂଳକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେବ ସେ ନେଇ ବିଭାଗୀୟ ଅଧ୍ୟାପିକା କଲ୍ୟାଣୀ ପଣ୍ଡା ସାମ୍‌ କେନ୍ଦ୍ରରେ ଉପସ୍ଥିତ ରହି ସଚେତନ କରିବା ସହ ଠିକ ଭାବେ ଆବେଦନ କରିବା ନିମନ୍ତେ ସାହାଯ୍ୟ କରିଥିବା ଜଣାଯାଇଛି ା
ଏବେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଉଥିବାରୁ ଏହି ମହାବିଦ୍ୟାଳୟରେ ଶିଶୁ ଯନତ୍ କେନ୍ଦ୍ର ଓ ପ୍ରାକ୍‌ ବିଦ୍ୟାଳୟ ପରିଚାଳନା(ସିପିଏମ୍‌) ଏବଂ ପର୍ଯ୍ୟଟନ ପରିଚାଳନା(ଟିଟିଟି) ବିଷୟ ଖୋଲା ଯାଇଛି ା କଣ୍ଟିଲୋ ନୀଳମାଧବ କ୍ଷେତ୍ର ଏକ ପଯର୍‌ୟଟନସ୍ଥଳୀ ହୋଇଥିବାରୁ ଏଠାରେ ଏହି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି ହେଉଛି ା ଏହି ଦୁଇ ବିଷୟରେ ରାଜ୍ୟ ସରକାର ନୀଳମାଧବ ମହାବିଦ୍ୟାଳୟରେ ମାତ୍ର ୨୪ଟି ଲେଖାଏଁ ସମୁଦାୟ ୪୮ଟି ସିଟ୍‌ ପ୍ରଦାନ କରିଥିବାରୁ ଅନେକ ଆଗ୍ରହୀ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରିବାରୁ ବଞ୍ଚତ୍ତ ହେଉଥିଲେ ା ପୁଣି ଏହି ଧନ୍ଦାମୂଳକ ବିଭାଗ ଦୁଇଟିର ଚାହିଦା ଥିବା ସତ୍ତ୍ୱେ ସିଟ୍‌ ଅଭାବରୁ ଇଚ୍ଛୁକ ଛାତ୍ରୀଛାତ୍ର ଏହି ପାଠ ପଢିପାରୁ ବଞ୍ଚତ୍ତ ହେଉଥିଲେ ା ଅପରପକ୍ଷେ ଯେତେବେଳେ ସମାଜରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି ସେଭଳି ସ୍ଥିତିରେ ଏହି ଧନ୍ଦାମୂଳକ ଶିକ୍ଷାର ବିକାଶ ଘଟିଲେ ଏହା କର୍ମ ସଂସ୍ଥାନ ଯୋଗାଇବାରେ ସହାୟକ ହେବ ା ପୂର୍ବରୁ ପିଲାମାନେ ନାମ ଲେଖାଇବା ପାଇଁ ମହାବିଦ୍ୟାଳୟକୁ ଆସିବା ସମୟରେ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଅବା କର୍ତ୍ତୃପକ୍ଷ ଧନ୍ଦା ମୂଳକ ଶିକ୍ଷା ସମ୍ପର୍କରେ ପିଲାମାନଙ୍କୁ ବୁଝାଇ ଏହି ବିଭାଗରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଉଥିଲେ ା ପିଲାମାନେ ଅବା ଅଭିଭାକମାନେ ଏହି ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଅବଗତ ହୋଇ ସେମାନଙ୍କ ପିଲାମାନଙ୍କୁ ଏହି ଧନ୍ଦା ମୂଳକ ଶିକ୍ଷା ଶ୍ରେଣୀରେ ନାମ ଲେଖାଉଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଭିନ୍ନ ଶ୍ରେଣୀରେ ନାମ ଲେଖାଇବା ପଦ୍ଧତି ସାମ୍‌ (ଅନଲାଇନ) ଦ୍ୱାରା ହେଉଥିବାରୁ ବିଭାଗୀୟ କତ୍ତୃପକ୍ଷ, ଅଧ୍ୟାପିକା, ଅଧ୍ୟାପକ କିମ୍ବା କର୍ମଚାରୀ ପିଲାମାନଙ୍କ ସଂସ୍ପର୍ଶରେ ଆସିପାରୁ ନ ଥିବାରୁ ଛାତ୍ରୀଛାତ୍ରମାନେ ଧନ୍ଦା ମୂଳକ ବିଭାଗରେ ଅଧ୍ୟୟନ କରିବାକୁ ଆଗ୍ରହୀ ଥିବା ସତ୍ତ୍ୱେ ପ୍ରଥମ (ପ୍ରାଥମିକତା)ଚୟନରେ କଳା, ବିଜ୍ଞାନ କିମ୍ବା ବାଣିଜ୍ୟ ବିଭାଗରେ ନାମ ଲେଖାଇବାକୁ ସୂଚିତ କରୁଥିବା ବେଳେ ୨ୟ (ପ୍ରାଥମିକତା)ଚୟନରେ ଧନ୍ଦା ମୂଳକ ବିଭାଗ ପାଇଁ ସୂଚନା ଦେଉଛନ୍ତି ା ଫଳରେ ପ୍ରଥମ ଚୟନରେ ପିଲାମାନେ କଳା ବିଭାଗ ହେଉ କି ବିଜ୍ଞାନ କିମ୍ବା ବାଣିଜ୍ୟ ବିଭାଗରେ ସିଲେକ୍ସନ ହୋଇଯାଉଛନ୍ତି ା ଫଳରେ ଧନ୍ଦାମୂଳକ ସିଟ ଖାଲି ପଡିଯାଉଛି ା ତେଣୁ ଏ ଦିଗରେ ମହାବିଦ୍ୟାଳୟ ପକ୍ଷରୁ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ବାସ୍ତବରେ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ଭଳି ଏକ ବିକାଶଶୀଳ ଅନୁଷ୍ଠାନରେ ଅଧିକ ଧନ୍ଦାମୂଳକ ଶିକ୍ଷା ଖୋଲାଯିବା ପାଇଁ ସର୍ବସାଧାରଣରେ ଦାବି ହେଉଛି ା
ସୂଚନାଯୋଗ୍ୟ, ସମ୍ପୃକ୍ତ ବିଭାଗରେ କିପରି ଶିକ୍ଷାର୍ଥୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ବିଭିନ୍ନ ସମୟରେ ସଭା ସମିତି କରାଯାଇ ସଚେତନତା ସୃଷ୍ଟି କରାଯାଉଥିଲା ା ବର୍ତ୍ତମାନର ସମାଜରେ ବହୁ ଶିକ୍ଷିତ ବେକାର ଯୁବତୀ ଯୁବକ ଚାକିରୀ ନ ପାଇ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ା ମାତ୍ର ଧନ୍ଦା ମୂଳକ ଶିକ୍ଷାରେ ଯଦି ପିଲାମାନେ ଶିକ୍ଷା ଗ୍ରହଣ କରୁଥାନ୍ତେ ତେବେ ନିଶ୍ଚିତ ଭାବେ କୌଣସି ନା କୌଣସି ଅନୁଷ୍ଠାନରେ ନିଯୁକ୍ତି ପାଇ ପାରନ୍ତେ ବୋଲି ଜଣାପଡିଛି ା ତେବେ ଏହି ଧନ୍ଦା ମୂଳକ ଶିକ୍ଷା ସମ୍ପର୍କରେ ଅଧ୍ୟାପିକା ପଣ୍ଡା ସଚେତନତା ସୃଷ୍ଟିକରିବା ପରେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଓସିରେ ସେନା ଠୁଳକଲା ପାକିସ୍ତାନ: ବଙ୍କରରେ ରହି ରଖୁଛନ୍ତି ନଜର

ନୂଆଦିଲ୍ଲୀ,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କଡ଼ା ଚେତାବନୀ ଦେଇଥିବାରୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ପାକିସ୍ତାନ...

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image