ନୂଆଦିଲ୍ଲୀ,୩୦।୬ : ଚଳିତ ବର୍ଷ ଫେବୃୟାରୀରେ ଭୋଡାଫୋନ ଆଇଡିଆ ୩୪.୬୭ ଲକ୍ଷ ଗ୍ରାହକ ହରାଇଛନ୍ତି। ଏହି ସମୟରେ ରିଲାଏନ୍ସ ଜିଓ ୬୨.୫୭ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ରିପୋର୍ଟରୁ ଜଣାପଡିଛି। ଓ୍ବେରଲେସ୍ ସବ୍ସ୍କ୍ରାଇବର ଯୋଡିବାରେ ଏହି କମ୍ପାନୀ ଆଗୁଆ ରହିଛି। ବର୍ତ୍ତମାନ ୩୮.୨୮ କୋଟି ଗ୍ରାହକ ଏହା ସହ ଯୋଡି ହୋଇଛନ୍ତି। ସେହିଭଳି ଭାରତୀ ଏୟାରଟେଲ ଫେବୃୟାରୀରେ ୯.୨ ଲକ୍ଷ ଗ୍ରାହକ ଯୋଡିଛି। ଏହି କମ୍ପାନୀର ଗ୍ରାହକଙ୍କ ସଂଖ୍ୟା ୩୨.୯୦ କୋଟି ରହିଛି। ଏହି ସମୟରେ ମଧ୍ୟରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ ୪.୩୨ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ଜଣାପଡିଛି।