Categories: ବାଣିଜ୍ୟ

ଭୋଡାଫୋନ୍‌ର ବଡ଼ ବିଜୟ; ଆୟକର ବିଭାଗକୁ ୧୧୨୮ କୋଟି ଟଙ୍କା ଫେରସ୍ତ କରିବାକୁ କହିଲେ ବମ୍ବେ ହାଇକୋର୍ଟ

ବମ୍ବେ,୯।୧୧: ଭୋଡାଫୋନ୍‌-ଆଇଡିଆକୁ ଟିକସ ମାମଲାରେ ବଡ଼ ବିଜୟ ମିଳିଛି। ବମ୍ବେ ହାଇକୋର୍ଟ କମ୍ପାନୀ ଟିକସ ଭାବେ ଦେଇଥିବା ୧,୧୨୮ କୋଟିକୁ ଫେରାଇବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ସୁଧ ସହ ଦେବାକୁ ହେବ। ଟେଲିକମ୍‌ କମ୍ପାନୀ ଦାୟର କରିଥିବା ଯାଚିକା ଉପରେ ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି, ଯେଉଁଥିରେ ସୁଧ ସହ ଟଙ୍କା ଫେରସ୍ତ ଲାଗି ଦାବି କରାଯାଇଥିଲା।

ବିଚାରପତି କେ.ଆର୍‌ ଶ୍ରୀରାମ, ନୀଲା ଗୋଖଲେଙ୍କ ଖଣ୍ଡପୀଠ ଏହି ମାମଲାରେ ସରକାରୀ ପାଣ୍ଠିରୁ କ୍ଷତି ଲାଗି ଦାୟୀ ଥିବା ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛନ୍ତି। ଏଭଳି ମାମଲାରେ ଧାରା ୧୪୪ସିର ନିୟମ ପାଳନ ହେବା ଉଚିତ ବୋଲି କୋର୍ଟ କହିଛନ୍ତି।

Share