ନବୀନ ନିବାସରେ ସମ୍ବିତଙ୍କ ବିରୋଧରେ ସ୍ବର

ଜଗତ୍‌ସିଂହପୁର,୯ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ ପାରାଦୀପରେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ। ପ୍ରାର୍ଥୀ ଘୋଷଣାରେ ଯେତିକି ବିଳମ୍ବ ହେଉଛି ନିର୍ବାଚନ ମଣ୍ଡଳୀରେ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଅସନ୍ତୋଷ ସେତିକି ବଢ଼ିବାରେ ଲାଗିଛି। ଏପରିକି ଅନେକ ଲୋକ ପ୍ରତିନିଧି ଓ ଦଳୀୟ ନେତା, କର୍ମୀ ସମ୍ବିତଙ୍କୁ ଶାଣିତ ସମାଲୋଚନା କରିବାକୁ ପଛାଉନାହାନ୍ତି। ନିକଟରେ ସମ୍ବିତ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ କରି ଏହି ନେତା, କର୍ମୀମାନେ ମେଳି ହେବାରେ ଲାଗିଛନ୍ତି। ସମ୍ବିତ କିମ୍ବା ତାଙ୍କ ପରିବାରର କାହାରିକୁ ପ୍ରାର୍ଥୀ ନ କରିବା ପାଇଁ ଅଡ଼ି ବସିଛନ୍ତି। ଏହା ଭିତରେ ସେମାନେ ୮ଥର ବୈଠକ ପରେ ରବିବାର ସନ୍ଧ୍ୟାରେ ପାରାଦୀପ ମଧୁବନ ଶ୍ରମିକ ଭବନରେ ପୁଣି ଗର୍ଜିଥିଲେ। ତେବେ ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଦଳ ନେତୃତ୍ୱ ସମାଧାନ ପାଇଁ ଉଦ୍ୟମ କରିଥିଲେ। ସୋମବାର ନବୀନ ନିବାସରୁ ଡାକରା ଆସିଥିଲା। ଏହି ଅନୁଯାୟୀ ଶତାଧିକ ଅସନ୍ତୁଷ୍ଟ କର୍ମୀ ସନ୍ଧ୍ୟାରେ ରାଜଧାନୀରେ ପହଞ୍ଚତ୍ଥିଲେ। ଯୋଜନା ମୁତାବକ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜଗତ୍‌ସିଂହପୁର ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସହ ପର୍ଯ୍ୟବେକ୍ଷକ ଗିରିଶ ଦାସ ଓ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସନ୍ତୋଷ ବେଜ୍‌ ଅସନ୍ତୁଷ୍ଟମାନଙ୍କ ସହ ନବୀନ ନିବାସ ଯାଇଥିଲେ। ତା’ପରେ ସେଠାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରି ସେମାନଙ୍କ ଅସନ୍ତୋଷ ବଖାଣିଥିଲେ। ବିଶେଷକରି ସ୍ବର୍ଗତ ଦାମୋଦର ରାଉତ ଦୀର୍ଘ ୪୦ ବର୍ଷ ଧରି କ୍ଷମତା ଉପଭୋଗ କରିଥିଲେ। ତା’ପରେ ଅର୍ଥାତ୍‌ ୨୦୧୯ରେ ଭାଜପାରେ ମିଶି ଏହି ଦଳରୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ ବିଜେଡି ବିରୋଧରେ ବର୍ଷୁଥିଲେ। ଏହାସତ୍ତ୍ବେ ନିଜର ରାଜନୈତିକ ବିଚକ୍ଷଣତା ବଳରେ ପୁଅ ସମ୍ବିତଙ୍କୁ ପାରାଦୀପରେ ବିଜେଡି ପ୍ରାର୍ଥୀ କରାଇବାରେ ସଫଳ ହୋଇଥିଲେ। ଏବେ ସ୍ତ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିବେ ବୋଲି ସମ୍ବିତ ଆଗୁଆ ଘୋଷଣା କରି ସାରିଲେଣି। କେବଳ ଏତିକି ନୁହେଁ, କିଛି ଦିନ ପୂର୍ବରୁ କୁଜଙ୍ଗ ମୁକ୍ତେଶ୍ୱର ମନ୍ଦିର ପରିସରରେ ସେ କର୍ମୀ ଓ ଖବରଦାତାଙ୍କ ଆଗରେ କେତେଜଣଙ୍କୁ ଆକ୍ଷେପ କରି ନିନ୍ଦୁକ ଶବ୍ଦ ବ୍ୟବହାର କରିଥିଲେ। ଯାହା ଅନେକଙ୍କୁ ଆଘାତ ଦେଇଥିଲା। ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସହ ସମ୍ପର୍କ ରଖିବା ତ ଦୂରର କଥା ବରଂ ଦୁର୍ବ୍ୟବହାର କରିବା ବିଜେଡିର ଲୋକପ୍ରିୟତା ଉପରେ ପ୍ରଭାବ ପକାଉଥିବା ଅସନ୍ତୁଷ୍ଟମାନେ ୫-ଟି ସଚିବଙ୍କ ନିକଟରେ ଅଭିଯୋଗ କରିଥିବା କୁହାଯାଇଛି। ପାରାଦୀପରେ ବିଜେଡିର କେହି ନେତୃତ୍ୱ ନ ଥିଲା ଭଳି ଗୋଟିଏ ପରିବାର ଉପରେ ଦଳ ଭରସା କରିବା ସେମାନଙ୍କୁ କଷ୍ଟ ଦେଉଛି। ସମ୍ବିତଙ୍କ ପରିବାରବାଦ୍‌ ଅନ୍ୟ ଯିଏ ପ୍ରାର୍ଥୀ ହେଲେ କୌଣସି ଅସୁବିଧା ନାହିଁ ବୋଲି ଏହି ଲୋକମାନେ ଅନୁରୋଧ କରିଥିଲେ। ତେବେ ବ୍ୟସ୍ତ ନ ହୋଇ ସଙ୍ଗଠନ ପାଇଁ କାମ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିବା କେତେଜଣ ପ୍ରତିକ୍ରିୟାରେ କହିଛନ୍ତି। ଏହି ଆଲୋଚନାରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମ୍‌ୃତିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ତପନ ସାମନ୍ତରାୟ, ସରପଞ୍ଚ ସରୋଜ ସେଠୀ, ପୂର୍ବତନ ସରପଞ୍ଚ ଶିଶିର ଦାସ, ପାରାଦୀପର ଏକାଧିକ କାଉନସିଲର ଓ ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri