ଆଗ୍ନେୟଗିରିରେ ବିସ୍ଫୋରଣ: ଚାଲିଗଲା ୧୧ ପର୍ବତାରୋହୀଙ୍କ ଜୀବନ, ଅନେକ ନିଖୋଜ

ଜାକର୍ତ୍ତା,୪।୧୧: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ ମେରାପୀ ଆଗ୍ନେୟଗିରିର ବିସ୍ଫୋରଣରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ସମସ୍ତ ୧୧ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଗ୍ନେୟଗିରି ନିକଟରେ ତିନିଜଣ ପର୍ବତାରୋହୀ ଜୀବନ୍ତ ଥିବା ଜଣାପଡିଛି ଏବଂ ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି।
ପେଡାଙ୍ଗ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସିର ମୁଖ୍ୟ ଅବଦୁଲ ମଲିକ କହିଛନ୍ତି, ସେମାନେ ତିନି ଜଣଙ୍କୁ ଜୀବନ୍ତ ଏବଂ ୧୧ଟି ମୃତଦେହ ପାଇଛନ୍ତି। ଘଟଣା ଦିନ ମୋଟ ୭୫ ପର୍ବତାରୋହୀ ମେରାପୀ ପର୍ବତ ଉପରେ ଥିଲେ। ଆଗ୍ନେୟଗିରି ଉଦ୍‌ଗୀରଣ ପରେ ଧଳା ଏବଂ ଧୂସର ପାଉଁଶ ଚାଇଆଡେ ବ୍ୟାପିଯାଇଥିଲା। ଏହି କାରଣରୁ ପର୍ବତାରୋହୀ ନିଖୋଜ ଅଛନ୍ତି ଏବଂ ଏହାର ଆଖପାଖ ଗ୍ରାମଗୁଡିକ ଆଗ୍ନେୟଗିରି ପାଉଁଶରେ ଆବୃତ ହୋଇଛି।

Share