ହାଇଟେକ୍ ଅଫିସ୍ ଚେୟାର୍ ଓ୍ବାଟରପ୍ରୁଫ ହେବାସହ ଷ୍ଟେନପ୍ରୁଫ୍ ଓ ଏହାର ଡିଜାଇନ୍ ବହୁତ ଆକର୍ଷକ ହୋଇଥାଏ। ହେଲେ ଜର୍ମାନୀର କାର୍ ନିର୍ମାଣକାରୀ ଭୋକ୍ସଓ୍ବାଗନ୍ କମ୍ପାନୀ ନିକଟରେ ତିଆରି କରିଛି ଏମିତି ଏକ ଅଫିସ୍ ଚେୟାର୍ ଯାହା ସମ୍ପର୍କରେ ଜାଣିଲେ ଅଫିସ୍ ଯାଉଥିବା ପ୍ରତ୍ୟେକ କର୍ମଚାରୀଙ୍କର ତାହା ଏକ ଡ୍ରିମ୍ ଚେୟାର ପାଲଟିଯିବ। ଭୋକ୍ସଓ୍ବାଗନ୍ର ଇଞ୍ଜିନିୟର ଓ ଡିଜାଇନର୍ମାନେ ତିଆରି କରିଥିବା ଉକ୍ତ ଚେୟାର୍ କାର୍ ପରି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇପାରିବ। ସେପୁଣି ଘଣ୍ଟା ପ୍ରତି ୧୨ ମିଟର ଗତିରେ। ଏଥିରେ କାର୍ର ସମସ୍ତ ଫିଚର୍ ଦେବାକୁ ପ୍ରୟାସ କରାଯାଇଛି। ତେଣୁ ଏଥିରେ ମୋଟର ସଂଯୁକ୍ତ କରାଯିବାସହ ଡ୍ରାଇଭିଂ କଣ୍ଟ୍ରୋଲସ୍, ସିଟ୍ ବେଲ୍ଟ, ବିଲ୍ଟ ଇନ୍ ସ୍ପିକର୍, ହଙ୍କ୍ ଲଗାଯାଇଛି। ତାସହ ଚେୟାର୍ର ଛୋଟ ଛୋଟ ଚକରେ ଛୋଟ ଛୋଟ ରିମ୍, ବ୍ୟାକଅପ୍ କ୍ୟାେମେରା, ଟଚ୍ ସ୍କ୍ରିନ ଡିସପ୍ଲେ, ଆର୍ମରେଷ୍ଟରେ ହେଡଲାଇଟ୍ସ, ଡକ୍ୟୁମେଣ୍ଟ ଷ୍ଟୋର କରିବା ଲାଗି ଛୋଟ ପକେଟ୍ ବି ଲାଗିଛି। ଆଉ ହେଡରେଷ୍ଟରେ WV ଲୋଗୋ ବି କରାଯାଇଛି। ହେଲେ କମ୍ପାନୀ ଏହାକୁ କମରସିଆଲୀ ବିକ୍ରି କରିବ ନାହିଁ ବୋଲି ପ୍ରକାଶ କରିଛି।