ଜେଲେନସ୍କିଙ୍କ ଅଭିଯୋଗ, ହଜାର ହଜାର ଲୋକଙ୍କ ହତ୍ୟା ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛି ରୁଷିଆ

କ୍ୱିଭ୍‌,୭ ।୪: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ରୁଷିଆ ଉପରେ ପୁଣି ଏକ ଗମ୍ଭିର ଅଭିଯୋଗ ଆଣିଛନ୍ତି । ଜେଲେନସ୍କି କହିଛନ୍ତି ରୁଷିଆ ନିଜ କବଜାରେ ରଖିଥିବା ମାରିଉପୋଲ ବନ୍ଦର ଅଞ୍ଚଳକୁ ଲୋକଙ୍କୁ ଯିବାକୁ ଦେଉନାହିଁ, କାରଣ ଏଠାରେ ହଜାର ହଜାର ଲୋକଙ୍କ ହତ୍ୟା ପ୍ରମାଣକୁ ଲୁଚାଇବାକୁ ଚେଷ୍ଟା କରୁଛି ରୁଷିଆ । ଜେଲେନସ୍କି ତୁର୍କିର ଏକ ଟେଲିଭିଜନ ଚ୍ୟାନେଲରେ କହିଛନ୍ତି, ଆମେ ମାନବୀୟ ପଦାର୍ଥ ପାଇଁ ମାରିଉପୋଲ କାହିଁକି ଯାଇ ପାରିବୁ ନାହିଁ, ଏହାର କାରଣ ହେଉଛି ସରା ବିଶ୍ୱ ଜାଣିଯିବ ଯେ ସେଠାରେ କ’ଣ ହେଉଛି ।
ଜେଲେନସ୍କି କହିଛନ୍ତି ମୁଁ ଭାବୁଛି ସେଠାରେ ଏକ ଦୁଃଖଦ ଘଟଣା ଘଡିଛି ୯-୧୦ ଜଣ ନୁହେଁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରୁଷିଆ ଯେତେ ଚେଷ୍ଟା କଲେ ବି ସଫଳ ହେବ ନାହିଁ । ରୁଷିଆ ମାରିଉପୋଲରେ ସତ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛି ହେଲେ ସତ ଦିନେ ସାମ୍ନାକୁ ଆସିବ ନିଶ୍ଚିତ ।

Share