ସମସ୍ତ ସେନା ଅଧିକାରୀଙ୍କୁ ଚାକିରିରୁ ବାହାର କଲେ ଜେଲେନସ୍କି

କ୍ୱିଭ,୧୨।୮: ଯୁଦ୍ଧ ମଧ୍ୟରେ ଦେଶର ସେନା ଅଧିକାରୀଙ୍କୁ ଚାକିରିରୁ ବାହାର କରିବା ଘଟଣା କମ ଦେଖିବାକୁ ମିଳିଥାଏ। ଯଦି ଏହା ଘଟେ, ତେବେ ଏହା ପଛରେ କିଛି ବଡ କାରଣ ରହିବା ଆବଶ୍ୟକ। ୟୁକ୍ରେନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ତାଙ୍କର ସମସ୍ତ ସେନାଙ୍କୁ ବରଖାସ୍ତ କରିଛନ୍ତି।
ନ୍ୟୁଜ ଏଜେନ୍ସି ଏଏଫପି ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦୁର୍ନୀତି ମାମଲା ଦର୍ଶାଇ ଦେଶର ପ୍ରତ୍ୟେକ ଅଞ୍ଚଳରେ ସାମରିକ ନିଯୁକ୍ତି ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ସମୟରେ ଦୁର୍ନୀତି କରିବା ଦେଶଦ୍ରୋହ ସହିତ ସମାନ। ୟୁକ୍ରେନରେ ଦୁର୍ନୀତି ବ୍ୟାପିଛି। ଯୁଦ୍ଧ ପୂର୍ବରୁ ମଧ୍ୟ ଲୋକଙ୍କୁ ଦୁର୍ନୀତି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ଏଥର ସେନାରେ ମଧ୍ୟ ଦେଖାଯାଉଛି।

Share