ଜେଲନ୍‌ସ୍କିଙ୍କ ଦାବି ସ୍ୱାଧିନତା ଦିବସରେ ୟୁକ୍ରେନରେ ୨୨ଲୋକଙ୍କ ମୃତ୍ୟୁ, ୫୦ ଆହତ

କ୍ୱିଭ,୨୫ ।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ଅଗଷ୍ଟ ୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି ‘ରୁଷିଆ ସେନା ୟୁକ୍ରେନର ସ୍ୱାଧିନତା ଦିବସରେ ନିପ୍ରୋପେଟ୍ରୋବସ୍କ ଅଞ୍ଚଳରେ ଏକ ରେଲୱେ ଷ୍ଟେଶନରେ ରକେଟ ଆକ୍ରମଣ କରିଛନ୍ତି । ଆଉ ଏହି ଆକ୍ରମଣରେ ଅତିକମରେ ୨୨ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । କିଛିଦିନ ତଳେ ଜେଲନସ୍କି ଅନୁମାନ ଲଗାଇଥିଲେ କି ରୁଷିଆ ଚଳିତ ସପ୍ତାହରେ କୌଣସି ବର୍ବର ଆକ୍ରମଣ କରିପାରେ । ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ଯୁ୍‌ଦ୍ଧକୁ ୬ ମାସ ପୂରଣ ହୋଇଥିବା ବେଳେ ଏହାରି ଭିତରେ ଉଭୟ ଦେଶର ବହୁ ଧନଜୀବନ ହାନି ହେଲାଣି । ପୁଣିଥରେ ଅଣ୍ଟା ସଳଖି ଠିଆ ହୋବକୁ ଚେଷ୍ଟା କରୁଥିବା ୟୁକ୍ରେନ ଏବେ ପାଳନ କରିଛି ୩୧ ତମ ସ୍ୱାଧିନତା ଦିବସ ।
ୟୁକ୍ରେନ ସମାଚାର ଏଜେନ୍ସି ସେମାନଙ୍କ ରିପୋର୍ଟରେ କହିଛନ୍ତି, ଜେଲନସ୍କି ଭିଡିଓ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି କି ଏହି ଆକ୍ରମଣ ନିପ୍ରୋପେଟ୍ରୋବସ୍କ ଅଞ୍ଚଳରେ ଚ୍ୟାପଲନେ ସହରରେ ହୋଇଛି । ସହରର ଜନସଂଖ୍ୟା ପ୍ରାୟ ୩,୫୦୦ ବୋଲି ସେ କହିଛନ୍ତି ।

Share