ଜେଲେନସ୍କିଙ୍କ ଦାବି କ୍ୱିଭରେ ମିଳିଲା ଆଉ ଏକ ସାମୁହିକ କବର

କ୍ୱିଭ,୩୦ ।୪: ୟୁକ୍ରେନର ମୁଖ୍ୟ ସହର କ୍ୱିଭ ଓବ୍ଲାଷ୍ଟରେ ଏକ ସାମୁହିକ କବର ମିଳିଥିବା ସୂଚନା ମିଳିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ସହରରେ ଏକ ସାମୁହିକ କବର ମିଳିଛି । ଏଥିରେ ପାଖାପାଖି ୯୦୦ ଲୋକଙ୍କୁ ପୋତି ଦିଆଯାଇଛି । ୟୁକ୍ରେନର ଦ କ୍ୱିଭ ଇଣ୍ଡିପେଣ୍ଡେଟର ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି କ୍ୱିଭ ଓବ୍ଲାଷ୍ଟରେ ଏବେ ପର୍ଯ୍ୟନ୍ତ ଯେଉଁ ଅଲଗା ଅଲଗା ସାମୁହିକ କବର ମିଳିଛି ଏଥିରେ ଅତିକମରେ ୯୦୦ ଲୋକଙ୍କୁ ପୋତି ଦିଆଯାଇଛି । ଜେଲେନସ୍କି ପୋଲିସ ଓ ମିଡିଆକୁ ଏହା ବି କହିଛନ୍ତି କି ପ୍ରାୟ ୫୦୦,୦୦୦ ୟୁକ୍ରେନ୍ ବାସୀଙ୍କୁ ବେଆଇନ ଭାବେ ରୁଷିଆ ପଠାଇ ଦିଆଯାଇଛି ।
ଋିପୋର୍ଟରେ କ୍ୱିଭ ଇଣ୍ଡିପେଣ୍ଡେଣ୍ଟ ପ୍ରଥମେ କହିଥିଲା ଜେଲେନସ୍କି ଦାବି କରୁଛନ୍ତି ଗୋଟିଏ ସାମୁହିକ କବରରେ ୯୦୦ ଲୋକଙ୍କୁ ପୋତି ଦିଆଯାଇଥିଲା । ହେଲେ ପରେ ସ୍ପଷ୍ଟ କରିଛି ଯେ ରାଷ୍ଟ୍ରପତି କହିଛନ୍ତି ଭିନ୍ନ ଭିନ୍ନ ସାମୁହିକ କବରରେ ପ୍ରାୟ ୯୦୦ ଲୋଙ୍କୁ ପୋତି ଦିଆଯାଇଛି । ଅନ୍ୟପଟେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୬୫ ଦିନ ହୋଇଯାଇଥିବା ବେଳେ କ୍ୱିଭ ଆଖପାଖ ଅଞ୍ଚଳରୁ ଫେରିଥିବା ରୁଷିଆ ସେନା ପୁଣିଥରେ ଏଠାରେ ମିଶାଇଲ ମାଡ କରିଛନ୍ତି ।

Share