ସପ୍ତାହରେ ୟୁକ୍ରେନର ୩୦ ପ୍ରତିଶତ ପାଓ୍ବାର ଷ୍ଟେଶନକୁ କ୍ଷତିଗ୍ରସ୍ତ କରିଛି ରୁଷିଆ

କିଭ୍‌,୧୮।୧୦: ଗତ କିଛି ଦିନରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ପ୍ରଥମେ ରୁଷିଆ ପକ୍ଷରୁ ପ୍ରାୟ ୮୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ବେଳେ ନିକଟରେ ଡ୍ରୋନ ଦ୍ୱାରା ମଧ୍ୟ ୟୁକ୍ରେନ୍‌ରେ ଆକ୍ରମଣ କରାଯାଇଛି। ଇତିମଧ୍ୟରେ ଗତ ସପ୍ତାହରେ ରୁଷିଆ ୟୁକ୍ରେନର ୩୦ପ୍ରତିଶତ ପାଓ୍ବାର ଷ୍ଟେଶନକୁ ନଷ୍ଟ କରିଦେଇଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦାବି କରିଛନ୍ତି॥
ସେ କହିଛନ୍ତି, ରୁଷିଆ ସୈନ୍ୟମାନେ ୟୁକ୍ରେନର ଏକ ତୃତୀୟାଂଶ ବିଦ୍ୟୁତ୍‌ କେନ୍ଦ୍ରକୁ ନଷ୍ଟ କରି ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିଛନ୍ତି। ଯାହାଦ୍ୱାରା ଶହ ଶହ ସହର ଏବଂ ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଅନ୍ୟପଟେ ସୋମବାର ସକାଳେ ରୁଷିଆ କିଭ୍‌ ଓ ସୁମିରେ ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲା। ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି ବୋଲି ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିଲେ। ଏହି ଡ୍ରୋନ ଆକ୍ରମଣରେ ୟୁକ୍ରେନର ଅନେକ ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଯାଇଛି ବୋଲି ଜେଲେନସ୍କି କହିଛନ୍ତି।

Share