ମୋଦିଙ୍କ ସହ କଥା ହେଲେ ଜେଲେନ୍‌ସ୍କି: କହିଲେ…

କିଭ୍‌/ନୂଆଦିଲ୍ଲୀ,୫।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ମାସରୁ ଉର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏହି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଭୋଲୋଡିମିର ଜେଲେନ୍‌ସ୍କି ମୋଦିଙ୍କ ସହ କଥା ହୋଇ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନର ରୁଷିଆ ସଂଘ ବର୍ତ୍ତମାନ ରୁଷିଆ ରାଷ୍ଟ୍ରପତିଙ୍କ ସହ କୌଣସି ଆଲୋଚନା କରିବ ନାହିଁ। ୟୁକ୍ରେନର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ ଭାରତର ସମର୍ଥନ ପାଇଁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ପୂର୍ବରୁ ମୋଦି ଦେଇଥିବା ବୟାନ, ‘ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ’ ଉପରେ ଜେଲେନ୍‌ସ୍କି ଗୁରୁତ୍ୱ ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନ ଅଞ୍ଚଳକୁ ବେଆଇନ ଭାବେ ଦଖଲ କରିବାକୁ ଚେଷ୍ଟା କରିବା ନିଷ୍ପତ୍ତି ଠିକ ନୁହେଁ ଏବଂ ଏହା ବାସ୍ତବତାକୁ ପରିବର୍ତ୍ତନ କରିପାରିବ ନାହିଁ ଜେଲେନ୍‌ସ୍କି କହିଛନ୍ତି। ଏଥିସହ ଅସ୍ଥାୟୀ ଭାବେ ଅଧିକୃତ ଅଞ୍ଚଳରେ ରୁଷିଆର ଜନମତ ସଂଗ୍ରହକୁ ମଧ୍ୟ ସେ ନିନ୍ଦା କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ୟୁକ୍ରେନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ କୌଣସି ଆଲୋଚନା କରିବ ନାହିଁ। କିନ୍ତୁ କଥାବାର୍ତ୍ତା ମାଧ୍ୟମରେ ଆମ ଦେଶ ସର୍ବଦା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରତିବଦ୍ଧ ବୋଲି ଜେଲେନ୍‌ସ୍କି କହିଛନ୍ତି।

Share