ବାଲେଶ୍ୱରରେ ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ, ରାଜ୍ୟରେ ୧୯ତମ ଏବଂ ଦେଶରେ ୩୦୦ରୁ ଅଧିକ

ଭୁବନେଶ୍ୱର,୨୬।୧: ଦେଶର ୧ ନମ୍ବର ଏୟାର କଣ୍ଡିସନର (ଏସି) କମ୍ପାନୀ ତଥା ଟାଟା ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଭୋଲ୍ଟାସ୍‌ ଲିମିଟେଡ୍‌ର ପ୍ରିମିୟମ ଆଉଟ୍‌ଲେଟ୍‌ ‘ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌’ ଗୁରୁବାର ବାଲେଶ୍ୱରର ବି.ସି.ସେନ୍‌ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଭାରତ ସେଲ୍ସ ଏମ୍ପୋରିୟମ ଆନୁକୂଲ୍ୟରେ ଉକ୍ତ ଶପ୍‌ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଭୋଲ୍ଟାସ୍‌ର ଆଞ୍ଚଳିକ ମୁଖ୍ୟ (ରିଜିଓନାଲ ହେଡ୍‌ ଇଷ୍ଟ-୨) ମାନସ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉଭୟ ଭୋଲ୍ଟାସ୍‌ ଲିମିଟେଡ୍‌ ଓ ଭାରତ ସେଲ୍ସ ଏମ୍ପୋରିୟମର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଭୋଲ୍ଟାସ୍‌ ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ ପ୍ରଦୀପ ବକ୍ସି କହିଥିଲେ, ବାଲେଶ୍ୱରଠାରେ ଆମେ ଆମର ୧୯ ତମ ବ୍ରାଣ୍ଡ୍‌ ଶପ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନକରି ବେଶ୍‌ ଉତ୍ସାହିତ ଅଛୁ।

ଏଠାରେ ଉଭୟ ଭୋଲ୍ଟାସ ଏବଂ ଭୋଲ୍ଟାସ୍‌ ବେକର ସମସ୍ତ ଉତ୍ପାଦ ଗୁଣାତ୍ମକ ଓ ଉଚିତ ମୂଲ୍ୟରେ ପାଇପାରିବେ। ଏପରିକି ଏଠାରେ ଏସି, ଓ୍ବାଟର ହିଟର,ଏୟାର କୁଲର୍ସ,କମର୍ସିଆଲ ରେଫ୍ରିଜେଟର ଭଳି ଅନେକ ଭୋଲ୍ଟାସ୍‌ ଉତ୍ପାଦ ଉପଲବ୍ଧ। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ଯୋଗାଇବା ସହ ବିକ୍ରି ପରବର୍ତ୍ତୀ ସେବା ଯୋଗାଇଦେବାକୁ ଆମେ ବେଶ୍‌ ଗୁରୁତ୍ୱ ପ୍ରଦାନ କରିଥାଉ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri