କରୋନା ଟ୍ରାଏଲ ଡୋଜ ପରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

ଭୋପାଳ,୯ ।୧: ମଧ୍ୟପ୍ରଦେଶର ରାଜଚଧାନୀ ଭୋପାଳରେ ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନର ଟ୍ରାଏଲ ୭ ଜାନୁୟାରୀରେ ଶେଷ ହୋଇଛି । ଏପଟେ ଭୋପାଳର ପିପୁଲ୍ସ ମେଡିକାଲ କଲେଜରେ ୧୨ ଡିସେମ୍ବରରେ କୋଭାକ୍ସିନର ଟ୍ରାଏଲ ଟିକା ନେଇଥିବା ୪୫ ବର୍ଷୀୟ ସ୍ୱେଚ୍ଛାସେବୀ ଦିପକ ମରାବିଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟ୍ରାଏଲ ଟିକା ନେବାର ୯ ଦିନ ପରେ ଦିପକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାପରେ ତାଙ୍କ ପରିବାର କରୋନା ଭ୍ୟାକ୍ସିନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଦିନ ମଜୁରିଆ ଭାବେ କାମ କରୁଥିବା ଦିପକ ଟିଲା ଜମାନପୁରାର ସୁବେଦାର କଲୋନୀରେ ପରିବାର ସହ ରହି ଆସୁଥିଲେ । ସେ ନିଜ ଇଚ୍ଛାରେ କରୋନା ଭ୍ୟାକ୍ସିନ ଟ୍ରାଏଲରେ ଯୋଗ ଦେଇଥିଲେ । ପ୍ରଥମ ଡୋଜ ନେବା ପରେ ତାଙ୍କର ଦେହ ଅସୁସ୍ଥ ହୋଇଯାଇଥିଲା । ହେଲେ ହସ୍ପିଟାଲ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ୨୨ ଡିସେମ୍ବରରେ ତାଙ୍କ ମୃତଦେହ ପୋଷ୍ଟମର୍ଟମ କରାଗଲା । ରିପୋର୍ଟରୁ ଜଣାପଡିଛି ଯେ ବିଷକ୍ରିୟା କାରଣରୁ ଦିପକଙ୍କର ମୃତ୍ୟୁ ହୋଇଛି । ତେବେ ଦିପକଙ୍କ ୧୮ ବର୍ଷୀୟ ପୁଅ ପିତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ । ହେଲେ କରୋନା ଟିକା ଯୋଗୁ ତାଙ୍କର ମୃତ୍ୟୁ ହୋଇଛିିିି କି ଅନ୍ୟ କୌଣସି କାରଣ ରହିଛି ତାହା ଏପଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share