Advertisement

ରାମନବମୀରେ ରକ୍ତ ଦାନ କଲେ ସ୍ବେଚ୍ଛାସେବୀ

ପୁରୁଷୋତ୍ତମପୁର,୬।୪(ସୀମାଞ୍ଚଳ ମିଶ୍ର): ପବିତ୍ର ଶ୍ରୀରାମନବମୀ ଏବଂ ଭାଜପା ଯୁବନେତା ତଥା ସାମାଜିକ କର୍ମୀ ସୀତାରାମ ପାଣିଗ୍ରାହୀଙ୍କ ରବିବାର ଜନ୍ମଦିବସ ଅବସରରେ ଏକ ରକ୍ତଦାନ ଶିବିର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅଧୀନ କୋଳାସିଙ୍ଗି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୀତାରାମ ପାଣିଗ୍ରାହୀ କହିଛନ୍ତି, ମାନବ ସେବା ହିଁ ମାଧବ ସେବା। ରକ୍ତ ଅଭାବରୁ ଯେପରି କାହାରି ଜୀବନ ନ ଯାଉ ଏହାହିଁ ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଏହି ଅବସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, ଦିଗାମ୍ବର ପାଣିଗ୍ରାହୀ, କାଉନ୍‌ସିଲର ଭାସ୍କର ବେହେରା, ଅଇନଜୀବୀ ଜନମୋହନ ପଟ୍ଟନାୟକ, ପିଣ୍ଟୁ ପଟ୍ଟନାୟକ, ଚନୁ ଆଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବ୍ରହ୍ମପୁର ବଡ଼ମେଡିକାଲ ବ୍ଲଡ୍‌ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share