Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ ପକ୍ଷରୁ ସ୍ବେଚ୍ଛାସେବୀ ସପ୍ତାହ

ଭୁବନେଶ୍ୱର,୧୩।୯: ଟାଟା ଷ୍ଟିଲ୍‌ ପକ୍ଷରୁ ସ୍ବେଚ୍ଛାସେବୀ ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ବିଶେଷକରି ସପ୍ତାହବ୍ୟାପୀ ପାଳନ କରାଯାଇଥିବା ଉକ୍ତ ସପ୍ତାହରେ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ବିଭିନ୍ନ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏପରିକି ଏହି ସପ୍ତାହକୁ ଟାଟା ଷ୍ଟିଲ୍‌ର ବିଭିନ୍ନ କାର୍ଯ୍ୟକ୍ଷେତ୍ର ଯଥା ଟାଟା ଷ୍ଟିଲ୍‌ ଭୁବନେଶ୍ୱର, ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ (ଟିଏସ୍‌ଏମ୍‌), ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌କେ) ଓ ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଇଥିଲା। ସେହିଭଳି ସମାଜରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆୟୋଜିତ ଏହି ସପ୍ତାହରେ ବିଭିନ୍ନ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମ ରହିଥିଲା। ଭୁବନେଶ୍ୱରରେ ଟାଟା ଷ୍ଟିଲ୍‌ର କର୍ମଚାରୀମାନେ ଏହି ସପ୍ତାହର ବଡ଼ ଉତ୍ସାହ ସହ ସମୁଦାୟର କଲ୍ୟାଣ ପାଇଁ ସମର୍ପିତ ଭାବ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱରରେ ଥିବା ପ୍ରତିଭା ଆଶ୍ରମର ପାଖାପାଖି ୩୦ ଅନ୍ତେବାସୀଙ୍କୁ ରାଶନ ସାମଗ୍ରୀ ଓ ଔଷଧ ସହାୟତା ପ୍ରଦାନ କରାଯାଇଥିଲା। ଦଶମ ପାଠପଢ଼ା ଶେଷ ହେବା ପରେ ଶିକ୍ଷାକୁ ବ୍ୟାପକ କରିବା ପାଇଁ ମୂଲ୍ୟବାନ କ୍ୟାରିୟର ସୁଯୋଗ ବିଷୟରେ ସୂଚନା ପ୍ରଦାନକରି କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଟାଟା ଷ୍ଟିଲ୍‌ ମେରାମଣ୍ଡଳୀରେ କମ୍ପାନୀର କର୍ପୋରେଟ୍‌ ସେବା ମୁଖ୍ୟ ମୋହିତ ଦାସଙ୍କ ନେତୃତ୍ୱରେ କର୍ମଚାରୀମାନେ ଟାଟା ଷ୍ଟିଲ୍‌ ସ୍ବେଚ୍ଛାସେବୀ ସପ୍ତାହର ଶୁଭାରମ୍ଭକରି ଏକ ଉତ୍ସର୍ଗୀକୃତ ମୌସୁମୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରିଥିଲେ।

Share