ପୁରୀ,୧୯ା୨(ଅଜିତ୍ ମହାନ୍ତି):ମହାପ୍ରଭୁଙ୍କ ଦର୍ଶନ ପାଇଁ ରବିବାର ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ତେବେ କେହି ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଫଳରେ ନୀତି ବିଳମ୍ବ ଘଟିଛି। ସୂଚନା ଅନୁଯାୟୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା। ଏହି ସମୟରେ ଅର୍ଥାତ୍ ଅପରାହ୍ନ ପ୍ରାୟ ୪ଟା ୩୦ରେ ଜୟବିଜୟ ଦ୍ୱାର ଭିତର ପାହାଚ ନିକଟରେ କେହି ଜଣେ ଭକ୍ତ ବାନ୍ତି କରିଦେଇଥିବା ଦେଖିବାକୁ ମିଳିଥିଲା। ତେଣୁ ସଙ୍ଗେ ସଙ୍ଗେ ନୀତି ସମେତ ଭକ୍ତଙ୍କ ଦର୍ଶନ ଓ କବାଟ ବନ୍ଦ କରାଯାଇଥିଲା। ପରେ ବଡ଼ ମହାସ୍ନାନ ପାଇଁ ନୀତି ଆରମ୍ଭ ହୋଇଥିଲା। ମହାସ୍ନାନ ନୀତି ପରେ ପୁନର୍ବାର ଦର୍ଶନ ଆରମ୍ଭ ହୋଇଥିଲା।