ଗାଡ଼ିରେ ବାନ୍ତି ହେଉଥିଲେ…

ବାଇକ୍‌ ଭଳି ଖୋଲା ଗାଡ଼ିକୁ ବାଦ୍‌ ଦେଲେ କାର୍‌, ବସ୍‌ ଆଦିି ଗାଡ଼ିରେ ଯାତ୍ରା କରିବା ସମୟରେ ଅନେକଙ୍କ ଠାରେ ହଠାତ୍‌ ଦେହ ଖରାପ ଲାଗିବା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ଭଳି ସମସ୍ୟା ଦେଖା ଦେଇଥାଏ। ଯାହାକୁ ମୋସନ୍‌ ସିକ୍‌ନେସ୍‌ ବୋଲି କୁହାଯାଇଥାଏ। ଏହି ସମସ୍ୟା କେତେକଙ୍କ ଠାରେ ବଂଶଗତ ବି ହୋଇଥାଏ। ତେବେ ଗାଡ଼ିରେ ବାନ୍ତି ହେବା କାରଣରୁ ଅନେକେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଡରନ୍ତି, ହେଲେ କେତେକ କଥା ପ୍ରତି ଦୃଷ୍ଟି ଦେଲେ ଏହି ସମସ୍ୟା ଦୂର କରାଯାଇ ପାରିବ…

– ଅନେକେ ଭାବନ୍ତି ଖାଲିପେଟ ରହିଲେ ଯାତ୍ରା ସମୟରେ ବାନ୍ତି ହୋଇ ନ ଥାଏ। ହେଲେ ଏହା ଏକ ଭ୍ରାନ୍ତ ଧାରଣା। କାରଣ ଖାଲି ପେଟରେ ଗ୍ୟାସ୍‌ ହେବା, ମୁଣ୍ଡ ବୁଲେଇବା ସମସ୍ୟା ବଢିଥାଏ ଏବଂ ବାନ୍ତି ହୋଇଥାଏ। ତେଣୁ ଗାଡ଼ିରେ ଯାତ୍ରା କରିବା ପୂର୍ବରୁ କିଛି ଖାଇବା ଭଲ। ତେଲ ମସଲା, ଛଣାଛଣି ଭଳି ଖାଦ୍ୟ ଏସମୟରେ ନ ଖାଇ କିଛି ହାଲକା ଖାଦ୍ୟ, ଫଳ ଆଦି ଖାଇବା ଅବା ଜୁସ୍‌ ପିଇବା ଲାଭଦାୟକ।
– ଗାଡ଼ି ଭିତରେ ରାସ୍ତାର ବିପରୀତ ଦିଗକୁ ମୁହଁ କରି ବସନ୍ତୁ ନାହିଁ କିମ୍ବା ବଡ଼ ଗାଡ଼ିର ପୂରା ପଛ ସିଟ୍‌ରେ ବସନ୍ତୁ ନାହିଁ । କାରଣ ଏଥିରେ ମୋସନ୍‌ ସିକ୍‌ନେସ୍‌ର ଆଶଙ୍କା ବେଶୀ। ତେଣୁ ଯାତ୍ରା ବେଳେ ବାନ୍ତି ନ ହେବା ଲାଗି ଆଗକୁ ମୁହଁ କରି ଆଗ କିମ୍ବା ମଝି ସିଟ୍‌ରେ ବସନ୍ତୁ।
– ଗାଡ଼ିରେ ଯିବା ବେଳେ ପାଖରେ ଅଦା ଖଣ୍ଡ ରଖନ୍ତୁ। ବାନ୍ତି ଲାଗିବା ମାତ୍ରେ ଏହାକୁ ଖାଆନ୍ତୁ। ଏଥିରେ ଥିବା ଆଣ୍ଟିଏମିଟିକ୍‌ ଗୁଣ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ଆଦି ଦୂର କରିବାରେ ସାହାଯ୍ୟ କରିଥାଏ। ମୋସନ୍‌ ସିକ୍‌ନେସ୍‌ ଥିଲେ ଯାତ୍ରା ପୂର୍ବରୁ ଅଦା ଚା ପିଇବା ଲାଭଦାୟକ ହୋଇଥାଏ।
– ଅନେକଙ୍କ ଠାରେ ଗାଡ଼ିର ଧୂଆଁ, ପେଟ୍ରୋଲ୍‌, ଡିଜେଲ୍‌ ଆଦିର ଗନ୍ଧ ମଧ୍ୟ ବାନ୍ତିର କାରଣ ସାଜିଥାଏ। ଏମିତିରେ ଲେମ୍ବୁ ଶୁଙ୍ଘିବା ଦ୍ୱାରା ବାନ୍ତି ହୋଇ ନ ଥାଏ।