Categories: ଖେଳ

ସେମିରେ ଭୋନ୍ଦ୍ରୋସୋଭା

ଓ୍ବିମ୍ବେଲଡନ୍‌, ୧୨ା୭: ଟେନିସ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଆଉ ଏକ ବିପର୍ଯ୍ୟୟ ଘଟାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଚେକ୍‌ ରିପବ୍ଲିକ୍‌ର ର୍ମାକେଟା ଭୋନ୍ଦ୍ରୋସୋଭା। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା ଆମେରିକାର ଜେସିକା ପେଗୁଲାଙ୍କୁ ୬-୪, ୨-୬ ଓ ୬-୪ ସେଟ୍‌ରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଅଲ ଇଂଲଣ୍ଡ କ୍ଲବର କୋର୍ଟ ନମ୍ବର-୧ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଅଣସିଡେଡ୍‌ ଭୋନ୍ଦ୍ରୋସୋଭା ସମ୍ପୂର୍ଣ୍ଣ ଭାବରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ।
ପ୍ରଥମ ସେଟ୍‌କୁ ୬-୪ରେ ଜିତି ନେଇଥିଲେ ଭୋନ୍ଦ୍ରୋସୋଭା। ପରବର୍ତ୍ତୀ ସେଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହିତ ପେଗୁଲା ୬-୨ରେ ଜିତି ନେଇଥିଲେ। ଅନ୍ତିମ ତଥା ନିର୍ଣ୍ଣାୟକ ସେଟ୍‌କୁ ଜିତିବା ସହିତ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ୨୦୧୯ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରି ରନର୍ସ ଅପ୍‌ ରହିଥିଲେ ଭୋନ୍ଦ୍ରୋସୋଭା।

Share