ସୋସିଆଲ ମିଡିଆ, ମୋବାଇଲରେ ଭୋଟ ଡିଲ୍‌

ଭୁବନେଶ୍ୱର,୨୫।୫(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ୧୨ ଜିଲାରେ ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିପାଇଁ ୨୩ ତାରିଖ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ବନ୍ଦ ରହିଛି। ତେଣୁ ଭୋଟରଙ୍କୁ ମତଦାନ ଯାଏ ନିଜ ସପକ୍ଷରେ ରଖିବା ଲାଗି ପ୍ରାର୍ଥୀ ଓ ଦଳୀୟ ନେତା, କର୍ମକର୍ତ୍ତାମାନେ ବିଭିନ୍ନ ପ୍ରୟାସ ଚଳାଇଥିଲେ। ତେବେ ପ୍ରାର୍ଥୀଙ୍କ ପାଇଁ ଶୁକ୍ରବାର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ବିଶେଷକରି ରାତିରେ ଯେପରି କିଛି ଓଲଟପାଲଟ ନ ହେବ ସେଥିପାଇଁ ବିଭିନ୍ନ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରତିପକ୍ଷ ଗୋଷ୍ଠୀଙ୍କ ଉପରେ ନଜର ରଖିଥିଲେ। ଏଥିସହ ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କୁ ଧରି ଭୋଟରଙ୍କୁ ମନାଇବାରେ ଲାଗି ପଡିଥିଲେ। ଅନ୍ୟପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା ଓ ମଦ ଭଳି ବେଆଇନ କାରବାରର ଆଶଙ୍କା ଥିବାରୁ ଏହା ଉପରେ କମିଶନରେଟ ପୋଲିସ ମଧ୍ୟ କଡ଼ା ନଜର ରଖି ଚଢ଼ାଉ ଜାରି ରଖିଥିଲା। ଏହାସତ୍ତ୍ୱେ ବିଭିନ୍ନ ସ୍ଥାନରେ ବିଶେଷକରି ବସ୍ତି ଅଞ୍ଚଳରେ ଟଙ୍କା, ମଦ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଲୋକଙ୍କୁ ନିୟମ କରାଇ ଟଙ୍କା ଦିଆଯାଇଥିଲା। କେଉଁ ଗୋଷ୍ଠୀ ବା ବ୍ୟକ୍ତିଙ୍କ ହାତରେ କେତେ ଭୋଟ ଅଛି, ସେହି ଅନୁଯାୟୀ ମୂଲଚାଲ ହୋଇଥିଲା। ଏହାବ୍ୟତୀତ ସାହିଗୁଡିକରେ କେତେଜଣ ମଧ୍ୟସ୍ଥଙ୍କ ଜରିଆରେ ଭୋଟରଙ୍କ ପାଇଁ ଉପହାର ସହ ଭୋଜିଭାତ ଆୟୋଜନ କରାଯାଇଥିଲା। ଏହି ଅପରେଶନକୁ ନେତାଙ୍କ ଘନିଷ୍ଠ କର୍ମୀମାନେ ନିୟନ୍ତ୍ରଣ କରିଥିଲେ। ଅନ୍ୟପକ୍ଷରେ ଅନ୍ଧାରି ବିଜେ କରି ନ ପାରି ବହୁ ପ୍ରାର୍ଥୀଙ୍କ ସମର୍ଥକ ଓ କର୍ମୀମାନେ ସୋସିଆଲ ମିଡିଆ ଓ ମୋବାଇଲ୍‌ ଫୋନ୍‌ରେ ଭୋଟ ଡିଲ୍‌ କରିଥିଲେ। ଏପରିକି ଗୁଗଲ୍‌ ପେ’, ଫୋନ୍‌ ପେ’ ଆଦି ମାଧ୍ୟମରେ ଲୋକଙ୍କ ପାଖକୁ ଟଙ୍କା ଯାଇଥିବା ମଧ୍ୟ ସୂଚନା ମିଳିଛି। ଏହାବ୍ୟତୀତ କେତେକ ସ୍ଥାନରେ ସରକାରୀ ଯୋଜନାରେ ୱାର୍କ ଅର୍ଡର ମଧ୍ୟ ରାତାରାତି ବଣ୍ଟା ଚାଲିଥିବା ଚର୍ଚ୍ଚା ହେଉଛି। ଏସବୁ କାର୍ଯ୍ୟ ଅତି ସତର୍କତାର ସହ ହେଉଥିଲା। ପୋଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ ଓ ପାଟ୍ରୋଲିଂ ଟିମ୍‌ ଉପରେ ନଜର ରଖାଯାଇ ସେସବୁ ଅଞ୍ଚଳକୁ ଆଗୁଆ ଖବର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri