Categories: ଜାତୀୟ

ବାପାଙ୍କ ପାଇଁ ଭୋଟ ମାଗୁଛନ୍ତି ୭ ବର୍ଷୀୟା ଝିଅ

ଅଯୋଧ୍ୟା,୨୭।୧: ଗାୟତ୍ରୀ ପାଣ୍ଡେ ଏବେ ଭୋଟ ଦେବାକୁ ଯୋଗ୍ୟ ହୋଇନାହାନ୍ତି। କିନ୍ତୁ ସେ ପ୍ରଚାର କରୁଛନ୍ତି ତାଙ୍କ ବାପା ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ପଓ୍ବନ ପାଣ୍ଡେଙ୍କ ପାଇଁ। ପ୍ରତ୍ୟେକ ଦିନ ସକାଳୁ ୭ ବର୍ଷୀୟା ଝିଅ ତାଙ୍କ ବାପାଙ୍କ ସହ ମିଶି ଘରରୁ ଘର ବୁଲି ପ୍ରଚାର କରୁଛନ୍ତି। ତା’ ପରେ ସେ ଅନ୍‌ଲାଇନ୍‌ କ୍ଲାସ ପାଇଁ ଘରକୁ ଫେରନ୍ତି।

“ଅଙ୍କଲ, ମୋ ବାପାଙ୍କୁ ଭୋଟ ଦିଅନ୍ତୁ। ଅଖିଳେଶ (ଯାଦବ)ଜୀ ମୁଖ୍ୟମନ୍ତ୍ରୀ ହେଲେ ସବୁ ସମସ୍ୟାର ସମାଧାନ ହେବ” ବୋଲି କୁନି ଝିଅ କବାଟ ଖୋଲି ଘର ବାହାରକୁ ଆସିବା ପରେ ଭୋଟରଙ୍କୁ କହୁଛନ୍ତି।

ପଓ୍ବନ ପାଣ୍ଡେଙ୍କୁ ଅଯୋଧ୍ୟାରୁ ସପା ଟିକେଟ୍‌ ଦେଇଥିବା ବେଳେ ଭାଜପା ଏପର୍ଯ୍ୟନ୍ତ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ପାଣ୍ଡେ ହେଉଛନ୍ତି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା। ସେ ୨୦୧୨ରେ ଭାଜପାର ଲାଲୁ ସିଂଙ୍କୁ ହରାଇ ଅଖିଳେଶଙ୍କ କ୍ୟାବିନେଟରେ ମନ୍ତ୍ରୀ ପାହ୍ୟା ପାଇଥିଲେ। କିନ୍ତୁ ୨୦୧୭ରେ ଭାଜପାର ବେଦ ପ୍ରକାଶ ଗୁପ୍ତାଙ୍କ ଠାରୁ ସେ ପରାସ୍ତ ହୋଇଥିଲେ।

Share