ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ବେଲପାହାଡ଼,୨୮ା୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ପ୍ରକ୍ରିୟା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟ ପାଇଁ ୨୬ଟି ବିଦ୍ୟାଳୟରେ ବୁଥ୍‌ ଖୋଲାଯାଇଛି। ଏହାର ପରିଚାଳନା ପାଇଁ ଶିକ୍ଷକ ଓ ପୌରକର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ପୌରପାଳିକା ନିର୍ବାହୀ ଅଧିକାରୀ ଲୋକନାଥ ତିଓ୍ବାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ଚଳିତ ୨୮ ଓ ୨୯ ତାରିଖ ଏବଂ ଆସନ୍ତା ମାସ ୫ ଓ ୬ ତାରିଖ ୪ପାଇଁ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ହେଉଛି। ସମସ୍ତ ବୁଥ୍‌ରେ ନୂଆ ଭୋଟର ପାଇଁ ନାମ ପଞ୍ଜୀକରଣ ସହିତ ସଂଶୋଧନ କାର୍ଯ୍ୟ ଚାଲିଛି।