ରେକର୍ଡ ଭାଙ୍ଗିଲା ଆମେରିକା: ୧୨୦ ବର୍ଷ ମଧ୍ୟରେ ହୋଇଛି ସର୍ବାଧିକ ମତଦାନ

ୱାଶିଂଟନ,୫ ।୧୧: ଏଥର ଆମେରିକାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଭୋଟରଙ୍କ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏମିତିକି ଗତ ୧୨୦ ବର୍ଷର ରେକର୍ଡକୁ ଏଥର ଭାଙ୍ଗି ଦେଇଛନ୍ତି ଆମେରିକାବାସୀ । ପ୍ରତିଥର ଆମେରିକାରେ ପ୍ରାୟ ୫୦-୬୦ ପ୍ରତିଶତ ମତଦାନ କରାଯାଇଥାଏ । ହେଲେ ଏଥର ସେଠାରେ ୬୬.୯ ପ୍ରତିଶତ ମତଦାନ କରାଯାଇଥିବା କହିଛି ଆମେରିକା ଇଲେକ୍ସନ ପ୍ରୋଜେକ୍ଟ । ଯାହା ରେକର୍ଡ କରିଛି । ୨୦୨୦ ପୂର୍ବରୁ ୧୯୦୦ରେ ସେଠାରେ ସର୍ବାଧିକ ମତଦାନ ହେବାର ରେକର୍ଡ ରହିଛି । ୟୁନିଭର୍ସିଟି ଅଫ୍ ଫ୍ଲୋରିଡା ଦ୍ୱାରା ପରିଚାଳିତ ୟୁଏସ୍ ଇଲେକ୍ସନ ପ୍ରୋଜେକ୍ଟର ପ୍ରଫେସର ମାଇକେଲ ମ୍ୟାକଡୋନାଲ୍ଡ କହିଛନ୍ତି ୧୯୦୦କୁ ୨୦୨୦ ମତଦାନ ସହ ତୁଳନା କରାଯାଇ ନ ପାରେ । କାରଣ ସେତେବେଳେ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ନ ଥିଲା । ୨୦୨୦ରେ ମତଦାନ ବୃଦ୍ଧି ହେବାର କାରଣ ହେଉଛି ଯୁବ ଭୋଟର ଓ ମେଲ-ଇନ-ଭୋଟ ।

Share