Categories: ଜାତୀୟ

ପୁଣି ଇତିହାସ ରଚିଲା ଟଶିଗଂଗ, ମାଇନସ ତାପମାତ୍ରାରେ ବି ଶହେ ପ୍ରତିଶତ ମତଦାନ

ଶିମଲା,୧୩ ।୧୧: ହିମାଚଳ ପ୍ରଦେଶ ବିଧାନସଭା ଲାଗି ଶନିବାର ନିର୍ବାଚନ ଶେଷ ହୋଇଛି । ଏଠାରେ ଥିବା ଲାହୋଲ ସ୍ପିଟି ଜିଲାର ଟଶିଗଂଗ ବୁଥ ପୁଣି ଇତିହାସ ରଚିଛି । ସମୁଦ୍ର ପତନଠାରୁ ପ୍ରାୟ ୧୫ ହଜାର ୨୫୬ ଫୁଟ ଉପରେ ଥିବା ଟଶିଗଂଗ ବୁଥରେ ବିଧାନସଭା ନିର୍ବାଚନରେ ୧୦୦ ପ୍ରତିଶତ ମତଦାନ ହୋଇଛି । ଏଠାକାର ମାଇନସ ଡିଗ୍ରୀ ତାପମାତ୍ରା ଭୋଟରଙ୍କ ମନୋବଳକୁ ଭାଙ୍ଗିପାରି ନାହିଁ । ଏଠାରେ ମୋଟ ୫୨ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୨୨ ଜଣ ମହିଳା ରହିଛନ୍ତି । ଟଶିଗଂଗରେ ରହୁଥିବା ୭୮ ବର୍ଷିୟା ସୋନମ ଡୋଲମା ଏବେ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି । ଏଥର ୪ ଜଣ ନୂଆ ଭୋଟର ଏଥର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଟଶିଗଂଗ ବୁଥରେ ୨୦୧୯ରେ ପ୍ରଥମେ ଲୋକ ସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯାଇଥିଲା । ଏହାପରେ ୨୦୨୧ରେ ହୋଇଥିବା ମଣ୍ଡି ସଂସଦୀୟ କ୍ଷେତ୍ରର ଉପ ନିର୍ବାଚନ ପାଇଁ ଭୋଟ ଦିଆଯାଇଥିଲା । ସେତେବେଳେ ଏହି ନିର୍ବାଚନରେ ଟଶିଗଂଗର ସମସ୍ତ ୪୮ ଜଣ ଭୋଟର ଭୋଟ ଦେଇ ୧୦୦ ପ୍ରତିଶତ ମତଦାନର ଇତିହାସ ରଚିଥିଲେ ।

Share