କୁଆଁରମୁଣ୍ଡା,୧୬।୨(ଡି.ଏନ.ଏ.)-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇତ୍ଲା। ଏହି ପର୍ଯ୍ୟାୟରେ ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକର ୨ଟି ଜିଲା ପରିଷଦ ଜୋନ୍‌ ରହିଛି ା କୁଆଁରମୁଣ୍ଡା ବ୍ଲକର ସଦର ପଞ୍ଚାୟତରେ ଥିବା ୨୩ଟି ୱାର୍ଡରେ ମୋଟ୍‌ ୯ ହଜାର ୧୮ ଜଣ ଭୋଟର ଅଛନ୍ତି ାହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟରମାନେ ସେମାନଙ୍କ ବୁଥ ସଠିକ୍‌ଭାବେ ଜାଣି ପାରିନାହାନ୍ତି ା ଏପରିକି ଅନେକ ପରିବାର ମଧ୍ୟରୁ ଜଣଙ୍କର ୧ ନମ୍ବର ବୁଥରେ ନାମ ଥିବା ବେଳେ ଅନ୍ୟମାନଙ୍କର ୧୧ ନମ୍ବର ବୁଥରେ ରହିଛି ା ଏହି ଅସୁବିଧା ଯୋଗୁ ଅନେକ ଭୋଟର ସେମାନଙ୍କ ବୁଥ ଖୋଜି ନ ପାଇ ନିରାଶ ହୋଇ ଘରକୁ ଫେରିଛନ୍ତି ାଏପରିକି କେତେକ ଭୋଟର ବୁଥ ଖୋଜି ଖୋଜି ସଠିକ୍‌ ବୁଥରେ ପହଂଚିଲା ବେଳକୁ ନିର୍ବାଚନ ପାଇଁ ନିର୍ଦ୍ଧାରିତ ଶେଷ ସମୟ ଅପରାହ୍ନ ୧ଟା ଅତିକ୍ରମ କରିଯାଇଥିବାରୁ ଗେଟ୍‌ ବନ୍ଦ ହୋଇଯାଇଥିଲାା ଫଳରେ ଅନେକ ଭୋଟର ନିଜ ମତଦାନରୁ ମଧ୍ୟ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ା ଏହିଭଳି ଘଟଣା କୁଆଁରମୁଣ୍ଡା ସଦର ପଞ୍ଚାୟତର ସିଟିସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି ା ସେହିପରି ଚୁଟିଆଟୋଲା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମତଦାନ କେନ୍ଦ୍ରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି ା