Categories: ଫୁରସତ

ମତଦାତା ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ

ଅଧିକ ଯୁବ ଭୋଟରଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗନେବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ଜାନୁଆରୀ ୨୫କୁ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତର ନିର୍ବାଚନ ଆୟୋଗର ମୂଳ ଦିବସ ପାଳନ ପାଇଁ ଏହା ୨୫ ଜାନୁଆରୀ ୨୦୧୧ରୁ ଆରମ୍ଭ ହୋଇଥିଲା।
ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଏଥିପାଇଁ ଆଇନ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରିଥିବା ନେଇ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅମ୍ବିକା ସୋନି ଗଣମାଧ୍ୟମକୁ କହିଥିଲେ।
ବର୍ଷ ବୟସ ହାସଲ କରିଥିବା ନୂତନ ଭୋଟରଙ୍କୁ ନଜରରେ ରଖି ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ଆଗ୍ରହ ଦେଖାଉ ନ ଥିବାରୁ ସେ କହିଥିଲେ କେତେକ କ୍ଷେତ୍ରରେ ସେମାନଙ୍କ ନାମଲେଖା ସ୍ତର ୨୦ରୁ ୨୫ ପ୍ରତିଶତ କମ୍‌ ରହିଛି।
ଏହି ସମସ୍ୟାର ଫଳପ୍ରଦ ମୁକାବିଲା ପାଇଁ ନିର୍ବାଚନ ଆୟୋଗ ଦେଶର ବିଭିନ୍ନ ମତଦାନ କେନ୍ଦ୍ରରେ ପ୍ରତିବର୍ଷ ଜାନୁଆରୀ ୧ରୁ ୧୮ ବର୍ଷ ବୟସ ହାସଲ କରିଥିବା ସମସ୍ତ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହିପରି ଯୋଗ୍ୟ ଭୋଟରମାନେ ଠିକ୍‌ ସମୟରେ ନାମ ପଞ୍ଜୀକରଣ ଏବଂ ପ୍ରତିବର୍ଷ ଜାନୁଆରୀ ୨୫ରେ ସେମାନଙ୍କର ଇଲେକ୍ଟୋରାଲ ଫଟୋ ପରିଚୟ କାର୍ଡ (ଇପିସିଆଇ) ହସ୍ତାନ୍ତର କରାଯିବ ବୋଲି ସୋନି କହିଥିଲେ।
ଏହି ପଦକ୍ଷେପ ଯୁବକମାନଙ୍କୁ ସଶକ୍ତୀକରଣ, ଗର୍ବ ଏବଂ ସେମାନଙ୍କ ଫ୍ରାଞ୍ଚାଇଜ୍‌ ଚଳାଇବା ପାଇଁ ପ୍ରେରଣା ଯୋଗାଇଥାଏ।

Share