ସଂସଦୀୟ ନିର୍ବାଚନର ବହିଷ୍କାର କଲେ ଟ୍ୟୁନିସିୟା ମତଦାତା

ଟ୍ୟୁନିସିୟା,୩୧ ।୧: ଟ୍ୟୁନିସିୟାରେ ବହୁ ସଂଖ୍ୟାରେ ମତଦାତା ସଂସଦୀୟ ନିର୍ବାଚନକୁ ବହିଷ୍କାର କରିଛନ୍ତି । ଏହି ନିର୍ବାଚନକୁ ସେମାନଙ୍କ ରାଷ୍ଟ୍ରପତି ତଥା ଦେଶର ସଙ୍କଟଗ୍ରସ୍ତ ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବୋଲି କୁହାଯାଉଥିଲା ।
ରାଷ୍ଟ୍ରୀୟ ନିର୍ବାଚନ ଆୟୋଗଙ୍କ ପାରମ୍ଭିକ ଅନୁମାନ ଅନୁଯାୟୀ, ଟ୍ୟୁନିସିୟାର ୮୦ ଲକ୍ଷ ମତଦାତାଙ୍କ ମଧ୍ୟରୁ କେବଳ ୧୧.୩ ପ୍ରତିଶତ ମତଦାତା ସେମାନଙ୍କ ମତ ଦେଇଛନ୍ତି । ଦେଶର ଅନେକ ଅସନ୍ତୁଷ୍ଟ ଲୋକ ମତଦାନଠାରୁ ଦୂରେଇ ରହିଛନ୍ତି ପ୍ରଭାବଶାଳୀ ଇସଲାମିକ ପାର୍ଟି ଏନାଦହା ତଥା ଅନ୍ୟ ବିରୋଧି ଦଳ ମତଦାନ ବହିଷ୍କାର କରିଛନ୍ତି । ଏହି ନିର୍ବାଚନକୁ ଶାସନ କ୍ଷମତାକୁ ମଜଭୁତ କରିବା, ଇସଲାମିକ ବିରୋଧିଙ୍କ ଉପରେ ଲଗାମ ଲଗାଇବା ତଥା ଅର୍ଥବ୍ୟବସ୍ଥାକୁ ବଞ୍ଚାଇବାକୁ ରାଷ୍ଟ୍ରପତି କୈଶ ସଇଦଙ୍କ ପ୍ରୟାସକୁ ଏକ ନିର୍ଣ୍ଣାୟକ ପଦକ୍ଷେପ ଭାବେ ଦେଖାଯାଇଛି । ହେଲେ କମ୍ ଭୋଟଦାନ ଫଳରେ ଭବିଷ୍ୟତରେ ସଂସଦର ବୈଧତା ଉପରେ ସନ୍ଦେହ ଉପୁଜିଛି ତଥା ଏହାଦ୍ୱାରା ସଇଦଙ୍କ ଯୋଜନା ପଣ୍ଡ ହୋଇପାରେ ବୋଲି କୁହାଯାଉଛି ।

Share