କଡ଼ା ସୁରକ୍ଷାରେ ଭୋଟ ଦେଲେ ମତଦାତା

ବଲାଙ୍ଗୀର ଅଫିସ, ୧୮।୨: ବଲାଙ୍ଗୀର ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀ ତଥା ଆଗଲପୁର, ଲୋଇସିଂହା ଓ ପୁଇଁତଲା ବ୍ଳକ ଅନ୍ତର୍ଗତ ୭ଟି ଜିଲା ପରିଷଦ ଜୋନ, ୬୫ ପଞ୍ଚାୟତ ଓ ୮୧୦ ଓ୍ବାର୍ଡରେ ମତଦାନ ହୋଇଥିଲା। କଡ଼ା ସୁରକ୍ଷାରେ ପୁଇଁତଲା ବ୍ଳକର ୪୯ଟି ସମ୍ବେଦନଶୀଳ ବୁଥରେ ମତଦାନ କରାଯାଇଛି। ଅପରାହ୍ନ ୧ଟା ସୁଦ୍ଧା ୮୧୦ଟି ବୁଥରୁ ଅନେକ ବୁଥରେ ମତଦାନ ପ୍ରାୟ ଶେଷ ହୋଇଥିବା ସୂଚନା ମିଳିଛି। କିଛି ସ୍ଥାନରେ ଉତ୍ତେଜନା ମୂଳକ ପରିସ୍ଥିତି ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।