ସରପଞ୍ଚ ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଭୋଟର

କୁତ୍ରା,୧୨ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ସମସ୍ତ ଭୋଟର ଏକଜୁଟ ହୋଇ କୁତ୍ରା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ମାଲୁପଡ଼ା ଗ୍ରାମବାସୀ ନିଜ ଗ୍ରାମକୁ ୯ ସରପଞ୍ଚ ପ୍ରାର୍ଥୀଙ୍କୁ ଡ଼କାଇଥିଲେ। ସେଥିମଧ୍ୟରୁ ୮ଜଣ ଆସିଥିଲେ। ଭୋଟରଙ୍କର ପ୍ରଥମ ପ୍ରଶ୍ନ ଥିଲା ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ଟି ଉଦ୍ଦେଶ୍ୟ କ’ଣ। ଏହିଭଳି ଭାବେ ଗ୍ରାମପଞ୍ଚାୟତ ତଥା ଗ୍ରାମର ଉନ୍ନତି ସମ୍ପର୍କିତ ଆଉ ୬ଟି ପ୍ରଶ୍ନ ଦେଇ ପରୀକ୍ଷା କରାଇଥିଲେ। ଏଥିରେ ଯେଉଁ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହେବେ ତାଙ୍କୁ ଭୋଟ ଦେବୁ ବୋଲି କହିଥିଲେ। ତେବେ ଏହି ପରୀକ୍ଷାରେ ୩ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।