Categories: ଜାତୀୟ

ଭାଜପାକୁ ୫ ଆସନରେ ସୀମିତ ରଖିବେ ଭୋଟର

ନୂଆଦିଲ୍ଲୀ, ୪।୨: କୃଷି ଆଇନ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂ ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସରକାର ଖଲିସ୍ତାନୀ ବୋଲି କହିବା ଦୁର୍ଭାଗ୍ୟପୂର୍ଣ୍ଣ। ଏଏପି ଚାଷୀଙ୍କ ସହିତ ଛିଡ଼ା ହୋଇଛି। ଏହା ସର୍ବଦା ଜାରି ରହିବ। ୨୦୧୯ ଲୋକ ସଭା ନିର୍ବାଚନ ଘୋଷଣା ପତ୍ରରେ କଂଗ୍ରେସ କେତେକ କୃଷି ଆଇନ ଉପରେ ଗୁରୁତ୍ୱାରୋପ କରିଥିଲା। ଏହାର ଫଳାଫଳ ଦଳକୁ ମିଳିଛି। ଭୋଟର କଂଗ୍ରେସକୁ ୫୫ ଆସନରେ ପହଞ୍ଚାଇ ଦେଇଛନ୍ତି। କେନ୍ଦ୍ରର ଭାଜପା ସରକାର କୃଷି ଆଇନକୁ ଲାଗୁ କରିଛନ୍ତି। ଏବେ ଏହାର ପରିମାଣ ଭାଜପା ଭୋଗିବ। ଭୋଟର ଭାଜପାକୁ ୫ ଆସନରେ ସୀମିତ ରଖିବେ ବୋଲି ସଞ୍ଜୟ କହିଛନ୍ତି।

Share