Categories: ଜାତୀୟ

ମହରମ ଶୋଭାଯାତ୍ରା କଲେ ମିଳିବନି ଭୋଟ: ଭାଜପାକୁ ଫାରୁକଙ୍କ ଟାର୍ଗେଟ…

ଶ୍ରୀନଗର,୨୯।୭ : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ତିନି ଦଶନ୍ଧିରୁ ଅଧିକ ସମୟ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଥିବା ମହରମ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମହରମ ଶୋଭାଯାତ୍ରା କଲେ ରାଜ୍ୟରେ ମୁସଲମାନମାନଙ୍କ ଭୋଟ ପାଇବା ପାଇଁ ଭାଜପାର ଉଦ୍ଦେଶ୍ୟ ପୂରଣ ହେବ ନାହିଁ।

ରାଜ୍ୟବାସୀ ଭାଜପାକୁ ଭୋଟ ଦେବେେ ନାହିଁ। ଯେତେବେଳେ ମୁଁ ଜମ୍ମୁ-କଶ୍ମୀରର ସିଏମ ଥିଲି, ସେତେବେଳେ ଏପରି ଶୋଭାଯାତ୍ରା କରାଯାଉଥିଲା। ଏବେ ଶାସନରେ ଏହି ଶୋଭାଯାତ୍ରା ଚାଲିଛି? ଏପରି କରି ଭାଜପା ନିଜର ଆଶାକୁ ପୂରଣ କରି ପାରିବ ନାହିଁ। ଦେଶରେ ଭାଜପା ଏକ ସାମ୍ପ୍ରଦାୟିକ ପରିବେଶ ସୃଷ୍ଟି କରିଛି। ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ମଣିପୁର ତଥା ଦେଶରେ ଚାଲିଥିବା ହିଂସା ଏବଂ ଅତ୍ୟାଚାର ଶେଷ ହେଉ ବୋଲି ସେ ପ୍ରାର୍ଥନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ସଂସଦରେ ମଣିପୁର ଉପରେ ବିବୃତ୍ତି ଦେବେ ବୋଲି ଆଶା କରାଯାଉଛି। ଦେଶ ଜଳୁଛି। ଭାଜପା କିନ୍ତୁ ସାମ୍ପ୍ରଦାୟିକତାର ମଞ୍ଜି ବୁଣିବାରେ ବ୍ୟସ୍ତ ରହିବା ଅତ୍ୟନ୍ତ ନିନ୍ଦନୀୟ।

 

Share