କୋଲକାତା,୨୨।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୪ ଜିଲ୍ଲାର ୪୩ ବିଧାନସଭା ଆସନ ଲାଗି ମତଦାନ ଜାରି ରହିଛି। ନିର୍ବାଚନ ମଇଦାନରେ ୩୦୬ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୦୭୧ କମ୍ପାନୀ ସୁରକ୍ଷାକର୍ମୀଙ୍କୁ ମତଦାନ କେନ୍ଦ୍ର ନିକଟରେ ମୁତୟନ କରାଯାଇଛି।