ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାବାଚନର ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସକାଳ ୭ ଟାରୁ ବୁଥ୍‌ଗୁଡ଼ିକରେ ମତଦାନ ଆରମ୍ଭ ହୋଇଯାଇଛି।
ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକର ୨୦୦ ଜିଲା ପରିଷଦ ଜୋନ୍‌ରେ ୧୬୬୯ ଗ୍ରାମପଞ୍ଚାୟତରେ ଜିଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ମତଦାନ ହେବ। ୨୨,୩୭୯ଟି ବୁଥ୍‌ରେ ମତଦାନ ଆରମ୍ଭ ହୋଇଯାଇଛି। ମୋଟ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ବୁଧବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ଯାଏ ଚାଲିବ। ହଜାର ହଜାର ପ୍ରାର୍ଥୀ ଆଜିଙ୍କ ଭାଗ୍ୟ ପରୀକ୍ଷା। ମତଦାନ କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share