Categories: ଜାତୀୟ

୫ ରାଜ୍ୟରେ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୬।୪: ପଶ୍ଚିମବଙ୍ଗ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ପଶ୍ଚିମବଙ୍ଗ, ଆସାମ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ହେଉଛି। ତାମିଲନାଡୁର କେରଳ, ପୁଡୁଚେରୀର ସମସ୍ତ ଆସନରେ ଭୋଟ ଗ୍ରହଣ କରାଯାଉଛି। ମଙ୍ଗଳବାର ସକାଳଠାରୁ ଭୋଟରମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଛି। ଅନେକ ସେଲିବ୍ରିଟିମାନେ ମଧ୍ୟ ଭୋଟ ଦେଉଛନ୍ତି। ତାମିଲନାଡୁରେ ଅଭିନେତା ରଜନୀକାନ୍ତ, କମଲ ହାସନଙ୍କ ଭଳି ଅଭିନେତା ଭୋଟ ଦେଇଛନ୍ତି।

Share