କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ

କେସିଙ୍ଗା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୦୫ ବୁଥ ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ସକାଳ ୭ରୁ ଆରମ୍ଭ ହୋଇଛି। ଏହି ବ୍ଲକର ୨୬ ଟି ପଞ୍ଚାୟତରେ ୭୭ ହଜାର ୭୬୩ ଭୋଟର ରହିଛନ୍ତି। ବ୍ଲକର ୩ ଟି ଜିଲାପରିଷଦ ଆସନ ପାଇଁ ୧୩ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏଥିରେ ବିଜେଡି, ଭାଜପା, କଂଗ୍ରେସ, ବିଏସ୍‌ପି, ଆମ ଆଦମୀ ପାର୍ଟିର ପ୍ରାର୍ଥୀ ମାନେ ରହିଛନ୍ତି। ସେହିପରି ସମିତି ସଭ୍ୟା ସଭ୍ୟ ପାଇଁ ୮୬ ,ସରପଞ୍ଚ ପାଇଁ ୧୦୭, ୱାର୍ଡ଼ ମେମ୍ବର ପାଇଁ ୨୨୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓଲ୍ଲାଇଛନ୍ତି। ସମଗ୍ର କେସିଙ୍ଗା ବ୍ଲକରେ ୪୨୮ ଜଣ ପ୍ରାର୍ଥୀ ତ୍ରିସ୍ତରୀୟ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

Share