Categories: ଜାତୀୟ

୯ ଜିଲାର ୫୪ ବିଧାନସଭା ଆସନରେ ମତଦାନ ଜାରି…

ଲକ୍ଷ୍ନୌ,୭।୩ : ଉତ୍ତରପ୍ରଦେଶରେ ସପ୍ତମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ୯ ଟି ଜିଲ୍ଲାର ୫୪ ଟି ଆସନରେ ମତଦାନ ଆରମ୍ଭ ହୋଇଛି। ଚାନ୍ଦୁଲିର ଚାକିଆ ବିଧାନସଭା, ସୋନଭଦ୍ରର ରୋବର୍ଟସଗଞ୍ଜ ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳ ଭାବରେ ଡୁଡଗି ବିଧାନସଭା ଆସନରେ ସକାଳ ୭ ଟାରୁ ମତଦାନ ଜାରି ରହିଛି। ଏସବୁ ଆସନରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଅବଶିଷ୍ଟ ୫୧ ଆସନରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତି ଭୋଟିଂ ହେବ। ୨୮ ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

୨.୦୬ କୋଟି ଭୋଟର ଏହି ପର୍ଯ୍ୟାୟରେ ସେମାନଙ୍କର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ସେମାନଙ୍କ ମଧ୍ୟରେ ୧.୦୯ କୋଟି ପୁରୁଷ ଏବଂ ୯୭.୦୮ ଲକ୍ଷ ମହିଳା ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେଉଛି। ଏଥିରେ ୭୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଭୋଟ ପାଇଁ ୯ ଟି ଜିଲାରେ ୧୨୨୧୦ ମତଦାନ କେନ୍ଦ୍ରରେ ୨୩୬୧୪ ବୁଥ ସ୍ଥାପନ କରାଯାଇଛି।

Share