Categories: ଜାତୀୟ

ଆସାମ-ପଶ୍ଚିମବଙ୍ଗରେ ମତଦାନ ଜାରି

କୋଲକାତା/ଗୁଆହାଟି,୨୭।୩: ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଜାରି ରହିଛି। ଆସାମର ୪୭ ଏବଂ ପଶ୍ଚିମବଙ୍ଗର ୫ ଜିଲାର ୩୦ ଆସନରେ ମତଦାନ ସକାଳୁ ଆରମ୍ଭ ହୋଇଛି। ଆସାମର ୧୧,୫୩୦ ବୁଥ୍‌ ଏବଂ ପଶ୍ଚିମବଙ୍ଗର ୧୦,୨୮୮ ବୁଥ୍‌ରେ ଭୋଟରମାନେ ମତଦାନ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉଭୟ ଆସାମ ଏବଂ ପଶ୍ଚିମବଙ୍ଗରେ ମୋଟ ୪୫୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ପଶ୍ଚିମବଙ୍ଗରେ ୧୯୧ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ଆସାମରେ ୨୩ ମହିଳାଙ୍କ ସମେତ ୨୬୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣ ଭୋଟର କରିବ। ସୂଚନାଯୋଗ୍ୟ, ଆସାମରେ ୩ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ କରାଯିବ।

Share