ପୌର ନିର୍ବାଚନ: ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ

ଭୁବନେଶ୍ୱର,୨୧।୩(ବ୍ୟୁରୋ) : ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଆସନ୍ତା ୨୪ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ । ୨୨ ତାରିଖ ସଂଧ୍ୟା ୫ଟାରେ ସୁଦ୍ଧା ପ୍ରଚାର ସରିବ । ପୌର ନିର୍ବାଚନ ପାଇଁ ମୋଟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେଥିମଧ୍ୟରୁ ବିଏମ୍ସି ପାଇଁ ୩୦, ସିଏମ୍ସି ପାଇଁ ୨୦, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ରାଜ୍ୟ ନିର୍ବାଚନ କମିସନର ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ।

ସେହିପରି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୋଲିଂ ଅଫିସର ରହିବେ । ସମୁଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ସମୁଦାୟ ୫୮ ଟି ୱାର୍ଡରେ ନିର୍ଦ୍ୱନ୍ଦରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି।

Share