ସାଲେପୁରରେ ସରିଲା ମତଦାନ

ନିଶ୍ଚିନ୍ତକୋଇଲି,୨୦ା୨(ସ୍ବ.ପ୍ର.): ସାରା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ଆଜି ସରିଛି। କଟକ ଜିଲା ସାଲେପୁର ବ୍ଲକରେ ରବିବାର ସକାଳୁ ମତଦାତାମାନେ ଭୋଟ୍‌ କେନ୍ଦ୍ର ସମ୍ମୁଖରେ ଲମ୍ବାଧାଡ଼ିରେ ମତଦାନ କରିଥିଲେ।

ସୂଚନାନୁଯାୟୀ, ଏହି ବ୍ଲକରେ ଥିବା ୩୫ ପଞ୍ଚାୟତରେ ଥିବା ୫୬୪ ମତଦାନ କେନ୍ଦ୍ର ରହିଛି। ୧ଲକ୍ଷ ୬୬ ହଜାର ୮୫୬ ଜଣ ମତଦାତା ୧୨୫ ଜଣ ସରପଞ୍ଚ,୧୪୭ଜଣ ସମିତିସଭ୍ୟ ଓ ୧୪ ଜଣ ଜିଲା ପରିଷଦ ପ୍ରାର୍ଥୀ ମତଦାନ କରିବେ। ଶାନ୍ତିଶୃଙ୍ଖଳା ପାଇଁ ୮ ଜଣ ଅଫିସର,୧୭ ମୋବାଇଲ ପୋଲିସ ଟିମ୍‌ ଓ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ଖବର ଲେଖା ହେବା ବେଳକୁ ମତଦାନ ସମୟ ଶେଷ ହୋଇଥିଲେ ହେ କିଛି ବୁଥ୍‌ରେ ଟୋକନ ଦିଆଯାଇଛି। କାଁ ଭଁା ସାମାନ୍ୟ କିଛି ସ୍ଥାନରେ ଚାପା ଉତ୍ତେଜନା ଦେଖା ଯାଇଥିଲା ମୋଟାମୋଟି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି। ପୋଲିଂ ଅଫିସରମାନେ ଷ୍ଟ୍ରଙ୍ଗ୍‌ରୁମ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

Share