Categories: ଜାତୀୟ

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ରାୟପୁର,୧୭।୧୧:ଛତିଶଗଡ଼ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୫୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୭୦ଟି ଆସନରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୧.୬୩ କୋଟି, ସେଥିମଧ୍ୟରୁ ୮୧.୪୨ ଲକ୍ଷ ପୁରୁଷ ଭୋଟର ଏବଂ ୮୧.୭୨ ଲକ୍ଷ ମହିଳା ଭୋଟର ହୋଇଥିବାବେଳେ ୬୮୪ ଜଣ ଥାର୍ଡ ଜେଣ୍ଡର ଭୋଟର ଅଛନ୍ତି। ଅନ୍ତିମ ପର୍ଯ୍ୟାୟ ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ୧୮,୮୦୬ ମତଦାନ କେନ୍ଦ୍ର ଗଠନ କରାଯାଇଛି।

Share