Categories: ଜାତୀୟ

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ମିଜୋରାମ ସମସ୍ତ ୪୦ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଆଇଜଲ,୭।୧୧: ମିଜୋରାମର ସମସ୍ତ ୪୦ ବିଧାନସଭା ଆସନ ଲାଗି ମଙ୍ଗଳବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଭୋଟ ଦେଇ ସାରିଥିବା ବେଳେ ୪୦ ଲକ୍ଷ ଭୋଟର ଏଥର ମତଦାନ କରିବେ।
ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ମିଜୋ ନ୍ୟାସନାଲ ଫ୍ରଣ୍ଟ ସଭାପତି ଜୋରମଥାଙ୍ଗା ଭୋଟ ଦେବା ପରେ କହିଛନ୍ତି ଯେ ଏଠାରେ କୌଣସି ତ୍ରିଶଙ୍କୁ ବିଧାନସଭା ହେବ ନାହିଁ। ଏହା ଏମଏନଏଫ ସରକାର ହେବ। ମୋର ଏହା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ସେ କହିଛନ୍ତି, ଭାଜପା ମିଳିତ ସହଯୋଗୀ ନୁହେଁ। ଏନଡିଏ କେନ୍ଦ୍ରରେ ଅଛି । ଏଠାରେ ରାଜ୍ୟରେ ଭାଜପା କିମ୍ବା ଅନ୍ୟ କୌଣସି ଦଳ ସହ ଆମର କୌଣସି ମେଣ୍ଟ ନାହିଁ। ଆମେ ଏଠାରେ କେନ୍ଦ୍ରରେ କେବଳ ଏନଡିଏର ସହଯୋଗୀ ଅଟୁ ।

Share