ପଙ୍କାଳସାହିରେ ଭୋଟ୍‌ ବର୍ଜନ

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ ବ୍ଲକର ଦୁର୍ଦ୍ୱରା ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଗୋଳଗୋଳା,ଦଶପଲା ବ୍ଲକର ମଧ୍ୟଖଣ୍ଡ ବୁଥ୍‌ରେ ପ୍ରାୟ ୧୫ ମିନିଟ୍‌ରୁ ଊର୍ଦ୍ଧ୍ୱ ଇଭିଏମ୍‌ ଅଚଳ ଥିବାରୁ ଚାପା ଉତ୍ତେଜନା ଦେଖାଦେଇଥିଲା। ସେହିପରି ସ୍କୁଲ ବନ୍ଦ ପ୍ରତିବାଦରେ ଦଶପଲା ବ୍ଲକ ପଙ୍କାଳସାହି ବୁଥ୍‌ରେ ପଙ୍କାଳସାହି ବାସିନ୍ଦା ଭୋଟ୍‌ ବର୍ଜନ କରିଛନ୍ତି।