Advertisement

ନିଆଳିର ୯ଟି ବୁଥ୍‌ରେ ମତଦାନ ବନ୍ଦ

ନିଆଳି,୨୪ା୨(ଡି.ଏନ୍‌.ଏ.): କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀ ଗାଁ ପଞ୍ଚାୟତରେ ଗୁରୁବାର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ୧୧, ୧୨, ୧୩, ୧୪,୧୫, ୧୬, ୧୭, ୧୮ ଏବଂ ୧୯ ନଂ ବୁଥ୍‌ରେ ଭୋଟ୍‌ଦାନ ବନ୍ଦ ରହିଛି। ଭୋଟ୍‌ ବାକ୍ସକୁ ଦୁର୍ବୃତ୍ତମାନେ ଟେକିନେଇ ପାଣିରେ ଫିଙ୍ଗି ଦେବାରୁ ମତଦାନ ବନ୍ଦ ରହିଛି।

ଭୋଟରଙ୍କୁ ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଘଟଣାସ୍ଥଳରେ ତହସିଲଦାର ଏବଂ ନିଆଳି ଥାନାଧିକାରୀ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share