ସୁୁନ୍ଦରଗଡ଼ ଜିଲାରେ ୬୭୪ଟି ବୁଥରେ ଚାଲିଛି ମତଦାନ

ସୁନ୍ଦରଗଡ଼,୨୨।୨(ଡି.ଏନ୍‌.ଏ): ସୁନ୍ଦରଗଡ ଜିଲାରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ୨୨ତାରିଖ ଭୋଟ ଗ୍ରହଣ ହେଉଛି। ଏହି ନିର୍ବାଚନରେ ଜିଲାର ହେମଗିର, ଲେଫ୍ରିପଡା ଏବଂ ଲହୁଣୀପଡା ବ୍ଲକର ୬ଟି ଜିଲା ପରିଷଦ ଜୋନ୍‌ରେ ମୋଟ ୨୯ଜଣ ଜିଲା ପରିଷଦ, ୫୩ ଗ୍ରାମପଞ୍ଚାୟତର ୨୩୩ଜଣ ସରପଞ୍ଚ, ୨୧୭ଜଣ ସମିତି ସଭ୍ୟ ଏବଂ ୫୨୯ଜଣ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ୩ଟି ବ୍ଲକର ମୋଟ ୧,୯୪୮୩୫ଜଣ ଭୋଟରଙ୍କ ମତଦାନ ପାଇଁ ମୋଟ ୬୭୪ଟି ମତଦାନ କେନ୍ଦ୍ର ହୋଇଛି। ସବୁଠି ଦିନ କଡ଼ା ଟକ୍କର ହେଉଛି। ମଧ୍ୟାହ୍ନ ୧୨.୧୫ ସୁଦ୍ଧା ହେମଗିରି ବ୍ଳକରେ ୬୫୫୮୦ ଭୋଟରଙ୍କ ମଧ୍ୟରୁ ୪୩୨୬୧ ଭୋଟର ମତସାବ୍ୟସ୍ତ କରିଛନ୍ତି। ସେହିପରି ଲେର୍ଫିପଡ଼ା ବ୍ଲକରେ ୬୧୧୫୫ ଭୋଟରଙ୍କ ମଧ୍ୟରୁ ୩୨୫୭୬ ଭୋଟର ମତଦାନ କରିଛନ୍ତି। ଏପରିକି ଲହୁଣିପଡ଼ା ବ୍ଲକରେ ୬୩୬୩୭ ଭୋଟରଙ୍କ ମଧ୍ୟରୁ ୩୧୩୬୮ ଭୋଟର ମତଦାନ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି। ଶାନ୍ତିଶୃଙ୍ଖଳା ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।